ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଇସ୍ରାଏଲକୁ ହିଜବୁଲ୍ଲାର 'ବଡ଼ ଆକ୍ରମଣ' ଧମକ

Advertisment
ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଇସ୍ରାଏଲକୁ ହିଜବୁଲ୍ଲାର 'ବଡ଼ ଆକ୍ରମଣ' ଧମକ

ଗାଜା: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ଇସ୍ରାଏଲକୁ ସବୁଠାରୁ ବଡ଼ ଧମକ ଦେଇଛି। ଇରାନ ସମର୍ଥିତ ହିଜବୁଲ୍ଲା ଇସ୍ରାଏଲକୁ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟାଇବାକୁ ଚେତାବନୀ ଦେଇଛି। ହିଜବୁଲ୍ଲା କହିଛି ଯେ ଆମଠାରୁ ଆଶ୍ଚର୍ଯ୍ୟ ଆଶା କରୁଛୁ। ହିଜବୁଲ୍ଲା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଗାଜା ସମର୍ଥନରେ ଲଢ଼େଇ କରୁଛି। ଏବେ ଗାଜାରେ ସଂଘର୍ଷକୁ ୮ ମାସ ବିତିଗଲାଣି। ଲେବନାନ ସଂଗଠନ ହିଜବୁଲ୍ଲା ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ମିଡିଲ ଇଷ୍ଟ ମନିଟର ରିପୋର୍ଟ ଅନୁଯାୟୀ ହିଜବୁଲ୍ଲାର ମୁଖ୍ୟ ହାସନ ନସରଲ୍ଲା ଏକ ଟେଲିଭିଜନ୍ ଭାଷଣରେ ଇସ୍ରାଏଲକୁ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ପ୍ରତିରୋଧ ଓ ମୁକ୍ତି ଦିବସର ୨୪ତମ ବାର୍ଷିକୀ ଅବସରରେ ହିଜବୁଲ୍ଲା ଶୁକ୍ରବାର କହିଛନ୍ତି, "ଆପଣମାନେ ଆମ ପ୍ରତିରୋଧରୁ ଆଶ୍ଚର୍ଯ୍ୟ ଜନକ ଆଶା କରିବା ଉଚିତ୍। ଲେବନାନ ଗୃହଯୁଦ୍ଧ ସମୟରେ ହିଜବୁଲ୍ଲା ଏକ ଶକ୍ତିଶାଳୀ ଆତଙ୍କବାଦୀ ସଂଗଠନ ଭାବେ ଉଭା ହୋଇଥିଲା। ଏବେ ସେ ପାଲେଷ୍ଟାଇନ ଓ ଗାଜା ସମର୍ଥନରେ ଇସ୍ରାଏଲ ସହ ଲଢ଼େଇ କରୁଛନ୍ତି।

ନସରଲ୍ଲା କହିଛନ୍ତି, ଇସ୍ରାଏଲର ନେତାମାନେ ନିଜେ ସ୍ୱୀକାର କରିଛନ୍ତି ଯେ ସେମାନେ ଗାଜା ଯୁଦ୍ଧରେ ସେମାନଙ୍କର କୌଣସି ଲକ୍ଷ୍ୟ ହାସଲ କରିନାହାଁନ୍ତି । ଇସ୍ରାଏଲର ଜାତୀୟ ନିରାପତ୍ତା ପରିଷଦର ମୁଖ୍ୟ ତଜାଚି ହାନେଗ୍ବି ଙ୍କ ସ୍ୱୀକାର କୁ ନେଇ ସେ ଏହା କହିଛନ୍ତି ଯେ ଇସ୍ରାଏଲ କୌଣସି ରଣନୈତିକ ଲକ୍ଷ୍ୟ ହାସଲ କରିନାହିଁ ଏବଂ ଏଥିପାଇଁ ଅନେକ ବର୍ଷ ଲାଗିପାରେ ।
ତୁରନ୍ତ ସାମରିକ ଆକ୍ରମଣ ବନ୍ଦ କରିବାକୁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଇସ୍ରାଏଲ ଅନ୍ତର୍ଜାତୀୟ ସଂକଳ୍ପକୁ ସମ୍ମାନ ଦେଉନାହିଁ ଏବଂ ରାଫା ଉପରେ ହିଂସାତ୍ମକ ଆକ୍ରମଣ କରୁଛି ବୋଲି ନସରଲ୍ଲା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe