ରାଇଫଲ୍‌ମ୍ୟାନ୍‌ ଔରଙ୍ଗଜେବ୍‌ଙ୍କୁ ଦିଆ ଯାଇଥିବା ନିର୍ଯାତନାର ଭିଡିଓ ସୁଟିଙ୍ଗ୍‌ କରିଥିଲେ ଆତଙ୍କବାଦୀ

Advertisment
ରାଇଫଲ୍‌ମ୍ୟାନ୍‌ ଔରଙ୍ଗଜେବ୍‌ଙ୍କୁ ଦିଆ ଯାଇଥିବା ନିର୍ଯାତନାର ଭିଡିଓ ସୁଟିଙ୍ଗ୍‌ କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ: ଗୁରୁବାର ଦିନ ଭାରତୀୟ ସେନାବାହିନୀର ରାଇଫଲ୍‌ମ୍ୟାନ୍‌ ଔରଙ୍ଗ୍‌ଜେବ୍‌ଙ୍କୁ ଅପହରଣ କରି ହତ୍ୟା କରିବା ପୂର୍ବରୁ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଗୁସୂ ବଣରେ ତାଙ୍କୁ ଦିଆ ଯାଇଥିବା କଠୋର ନିର୍ଯାତନାର ଦୃଶ୍ୟାବଳୀର ଭିଡିଓ ଉତ୍ତୋଳନ କରିଥିଲେ। ଶୁକ୍ରବାର ଦିନ ଆତଙ୍କବାଦୀମାନେ ସେ ଭିଡିଓ ରିଲିଜ୍‌ କରନ୍ତି।

୨୦୧୭ ଅକ୍ଟୋବର ମାସରେ ସେମାନଙ୍କ ସଦସ୍ୟ ଓ୍ଵାସିମ୍‌ ଶାହାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେମାନେ ତାଙ୍କୁ ଅପହରଣ କରିଛନ୍ତି ବୋଲି ଭିଡିଓରେ ଆତଙ୍କବାଦୀମାନେ କହୁଥିବାର ଶୁଭୁଛି। ଔରଙ୍ଗଜେବ୍‌ଙ୍କ ସହ କଥାବାର୍ତ୍ତା କରିବାକୁ ଆତଙ୍କବାଦୀମାନେ ଉର୍ଦ୍ଦୁ ମିଶ୍ରିତ ହିନ୍ଦୀ ଭାଷା କହୁଛନ୍ତି।

ମୁସଲମାନମାନେ ମୁଖ୍ୟତଃ ହିନ୍ଦୀ ଭାଷା କହୁଥିବା ପୁଞ୍ଚ୍‌ ଅଞ୍ଚଳର ମେଷପାଳକ ଅଧ୍ୟୁଷିତ ଇଲାକାରେ ଔରଙ୍ଗ୍‌ଜେବ୍‌ଙ୍କ ଘର।
ଆତଙ୍କବାଦୀମାନେ ଥରକୁ ଥର ତାଙ୍କୁ ତାଙ୍କର ପଦବୀ, ନିଯୁକ୍ତିର ସମୟକାଳ ଏବଂ ତାଙ୍କ ସୁପର୍‌ଭାଇଜିଙ୍ଗ୍‌ ଅଫିସର୍‌ଙ୍କ ନାଁ ପଚାରୁଥିବାର ଶୁଭୁଛି।
ଆତଙ୍କବାଦୀ: ତୁମେ କାହା ସହ ବୁଲୁଛ?

ଔରଙ୍ଗ୍‌ଜେବ୍‌ ନମ୍ରତାର ସହ କହୁଛନ୍ତି: ମେଜର୍‌ ଶୁକ୍ଳ ବୋଲି ଜଣେ ଲୋକ। ମୋ ବାପାଙ୍କ ନାଁ ମହମ୍ମଦ ହନୀଫ୍‌। ମୋ ଘର ପୁଞ୍ଚ୍‌। ହଁ, ମୁଁ ମେଜର ଶୁକ୍ଳଙ୍କୁ ରିପୋର୍ଟ କରେ।

ଶାହାଙ୍କ ବିରୋଧରେ ହୋଇ ଥିବା ଏନ୍‌କାଉଣ୍ଟର୍‌ରେ ଭୂମିକା ନେଇଥିବା ଆର୍ମି ୟୁନିଟ୍‌ରେ ସେ ସାମିଲ୍‌ ହୋଇଥିଲେ କି, ନାହିଁ ବୋଲି ଆତଙ୍କବାଦୀମାନେ ତାଙ୍କୁ ପଚାରିଥିଲେ।

୪୪ ରାଷ୍ଟ୍ରୀୟ ରାଇଫଲ୍‌ସ୍‌ ନେତୃତ୍ୱ ନେଇଥିବା କେତେକ ଅଭିଯାନରେ ଔରଙ୍ଗ୍‌ଜେବ୍‌ ଅଂଶ ଗ୍ରହଣ କରିଥିଲେ। ଏପ୍ରିଲ୍‌ ୩୦ ତାରିଖ ଦିନ ଗୋଟିଏ ଅଭିଯାନରେ ହିଜ୍‌ବ୍‌ ଆତଙ୍କବାଦୀ ସମୀର ଟାଇଗର୍‌ ନିହତ ହେବା ସହ କମାଣ୍ଡର୍‌ ସଦ୍ଦାମ୍‌ ପଦ୍ଦାର ଏବଂ ଆଉ ପାଞ୍ଚ ଜଣ ନିପାତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe