କଶ୍ମୀରରେ ହିନ୍ଦୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ଗିରଫ ହେଲା ହିଜ୍‌ବୁଲ୍‌ ମୁଜାହିଦିନ୍‌ ଆତଙ୍କବାଦୀ

Advertisment
କଶ୍ମୀରରେ ହିନ୍ଦୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ଗିରଫ ହେଲା ହିଜ୍‌ବୁଲ୍‌ ମୁଜାହିଦିନ୍‌ ଆତଙ୍କବାଦୀ

https://www.indiatoday.in

ବେଙ୍ଗାଲୁରୁ: କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜ୍‌ବୁଲ୍‌ ମୁଜାହିଦିନ୍‌ ଆତଙ୍କବାଦୀକୁ  ଗିରଫ କରାଯାଇଛି। ତାକୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି।

ଆତଙ୍କବାଦୀର ଗିରଫ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ‘ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ପୁଲିସ୍‌ ଲୋକମାନଙ୍କ ଉପରେ ଦୃଷ୍ଟି ରଖିବ। ଆମ ପକ୍ଷରୁ ପୁଲିସ୍‌ ସହାୟତା ବୃଦ୍ଧି କରାଯାଇଛି। ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।’

ଏ ନେଇ କଶ୍ମୀର ପୁଲିସ୍‌ର ଇନ୍‌ସ୍ପେକ୍ଟର ଜେନେରାଲ୍‌ କହିଛନ୍ତି, ‘ରାହୁଲ ଭଟ୍ଟଙ୍କ ହତ୍ୟା ମାମଲାରେ ୨ ଆତଙ୍କବାଦୀ ସଂପୃକ୍ତ ଥିଲେ। ଏବେ ସୁଦ୍ଧା ଜଣଙ୍କୁ କାବୁ କରାଯାଇଛି ଓ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ସେହିପରି ଆମୀର ଭଟ୍ଟଙ୍କ ହତ୍ୟାକାଣ୍ଡରେ ବି ୨ ଆତଙ୍କବାଦୀ ସଂପୃକ୍ତ ରହିଥିଲେ। ସେହି ୨ ଜଣ ଯାକଙ୍କୁ କାବୁ କରାଯାଇଛି। ସେହିପରି ବିଜୟ କୁମାରଙ୍କ ହତ୍ୟା ପଛରେ ବି ଜଣେ ଆତଙ୍କବାଦୀର ହାତ ଥିବା ଜଣାପଡ଼ିଛି। ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe