Image Courtesy: News Live
ଶ୍ରୀନଗର: ଗତ ଛଅ ବର୍ଷ ଧରି ସକ୍ରିୟ ଥିବା ଜଣେ ଦୁର୍ଦ୍ଦାନ୍ତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଜମ୍ମୁ- କଶ୍ମୀରର କିସ୍ତୱାର ଜିଲ୍ଲାରୁ ଗିରଫ କରାଯାଇଛି ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି।
ନାଗସେନି ତହସିଲର ରାଶୱାରୀ ନିବାସୀ ତାଲିବ ହୁସେନଙ୍କୁ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଅପରେସନରେ ଗିରଫ କରାଯାଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।
ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତାଲିବ ହୁସେନର ଗିରଫଦାରୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ ଏକ ‘ବଡ଼ ଝଟକା’ ଏବଂ ଜିଲ୍ଲାରେ ଆତଙ୍କବାଦକୁ ପୁନର୍ଜୀବିତ କରିବାର ଯୋଜନାକୁ ଏକ ଶକ୍ତ ଧକ୍କା ବୋଲି ପୁଳିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ତାଲିବ ହୁସେନ ୨୦୧୬ରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ଏବଂ ଯୁବକମାନଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପଦ ପଦବୀରେ ନିଯୁକ୍ତି ଦେଇ ସେମାନଙ୍କୁ ବିଭିନ୍ନ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ କରାଉଥିଲା।
ସେ କହିଛନ୍ତି ଯେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ତା’ର ଠିକଣା ବିଷୟରେ ସୂଚନା ପାଇବା ପରେ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଅପରେସନ କରି ତାକୁ ଗିରଫ କରିଥିଲା। ଏହି ଅଞ୍ଚଳରେ ଆତଙ୍କବାଦର ପୁନରୁଦ୍ଧାର ପାଇଁ ସେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁୁ ପୁଲିସ ହାତରେ ଗିରଫ ହୋଇଥିଲା। ତାଲିବ ହୁସେନର ଗିରପଦାରୀ ପରେ କିସ୍ତୱାର ପୁଲିସ ଷ୍ଟେସନରେ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି।
Follow Us