photo-youtube
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ମୁକାବିଲା ପାଇଁ ମୋଦୀ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମଣକୁ ରୋକିବା ଯୁଦ୍ଧରେ ବିଜୟ ହାସଲ କରିବାକୁ ସରକାର ସାମାଜିକ ଦୂରତା ସହିତ ଅଧିକରୁ ଅଧିକ ରକ୍ତ ପରୀକ୍ଷା କରୁଛନ୍ତି। ଏଥିପାଇଁ ପ୍ରତିଦିନ ସରକାରୀ ଏବଂ ବେସରକାରୀ ଲ୍ୟାବରେ ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ପର୍ଯ୍ୟାପ୍ତ ପରୀକ୍ଷଣ କିଟ୍ ଅଭାବ ଭଳି ସମସ୍ୟା ଉପୁଜିଛି | ଏଭଳି ପରିସ୍ଥିତିରେ କଣ୍ଡୋମ ତିଆରି କରୁଥିବା ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଲାଟେକ୍ସ ଲିମିଟେଡ୍ (HLL) କୁ କିଟ୍ ତିଆରି କରିବାର ଦାୟିତ୍ୱ ଦିଆଯାଇଛି।
Forbesବର୍ତ୍ତମାନ ୨ ଲକ୍ଷ କିଟ୍ ଉତ୍ପାଦନ କରିବାକୁ ଏଚଏଚଏଲକୁ ନିର୍ଦ୍ଦେଶ ଦିଆଯାଇଛି | ହରିୟାଣାର ମାନେସର ପ୍ଲାଣ୍ଟରେ ପ୍ରତିଦିନ ୨୦ ହଜାର କିଟ୍ ଉତ୍ପାଦନ କରାଯାଉଥିବାବେଳେ ଆସନ୍ତା ୧୦ ଦିନ ମଧ୍ୟରେ ୨ ଲକ୍ଷ କିଟ ପ୍ରସ୍ତୁତ ହୋଇଯିବ |
ସାଧାରଣତଃ କୋଭିଡ-୧୯ ପରୀକ୍ଷା ପାଇଁ କିଟ୍ ମୂଲ୍ୟ ବଜାରରେ ୭୦୦-୮୦୦ ଟଙ୍କାରେ ମିଳୁଥିବାବେଳେ କିନ୍ତୁ ଏଚଏଚଏଲ ଏହାର ମୂଲ୍ୟ କେବଳ ୩୫୦-୪୦୦ ଟଙ୍କା ମଧ୍ୟରେ ରଖିବ | ଏଭଳି ପରିସ୍ଥିତିରେ, ବହୁ ବର୍ଷ ଧରି କ୍ଷତି ସହୁଥିବା ଏହି ସରକାରୀ କମ୍ପାନୀ ଆଗାମୀ ଦିନରେ ସ୍ଥିତି ଉନ୍ନତ କରିବାକୁ ଆଶା ରଖିଛି। ୧୯୭୦ ଦଶକରେ ଏହି କମ୍ପାନୀ ପରିବାର ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
Follow Us