ପାଟନା ଏୟାର୍‌ପୋର୍ଟରେ ବିସ୍ଫୋରଣ ପାଇଁ ଧମକ; ନିରାପତ୍ତା କର୍ମଚାରୀ ହଟହଟା

Advertisment
ପାଟନା ଏୟାର୍‌ପୋର୍ଟରେ ବିସ୍ଫୋରଣ ପାଇଁ ଧମକ; ନିରାପତ୍ତା କର୍ମଚାରୀ ହଟହଟା

Image Source: Zee News

ପାଟନା: ଜୟପ୍ରକାଶ ନାରାୟଣ ଆନ୍ତର୍ଜାତିକ ବିମାନ ବନ୍ଦରରେ ବୋମା ଫୁଟିବ ବୋଲି ରବିବାର ରାତିରେ କର୍ତ୍ତୃପକ୍ଷଙ୍କ ପାଖକୁ ଫୋନ୍‌ରେ ଧମକ ଆସିବା ପରେ ନିରାପତ୍ତା କର୍ମଚାରୀମାନେ ବଡ଼ ତତ୍ପର ହୋଇ ଉଠିଥିଲେ। ତନ୍ନ ତନ୍ନ କରି ତଲାସ କରାଯିବା ପରେ ମଧ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ନ ମିଳିବାରୁ ଘଟଣାଟି ମିଛ ଧମକାଣ ବୋଲି ଘୋଷଣା କରାଯାଇଥିଲା।

ଲ୍ୟାଣ୍ଡ୍‌ଲାଇନ୍‌ରୁ କରାଯାଇଥିବା ଏହି କଲ୍‌ରେ ବ୍ୟକ୍ତିଜଣକ କୋଲ୍‌କାତାରୁ କହୁଛନ୍ତି ଏବଂ ସେ ବୋମା ଫୁଟାଇ ବିମାନ ବନ୍ଦର ଧ୍ୱଂସ କରିଦେବେ ବୋଲି ଧମକ ଦେଇଥିଲେ।

ତୁରନ୍ତ ବୋମା-ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ-ସ୍ୱାନ ସ୍କ୍ଵାଡ୍‌ ବିମାନ ବନ୍ଦରରେ ପହଞ୍ଚିଥିଲେ ଓ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରତିଷେଧ ବ୍ୟବସ୍ଥାସ୍ୱରୂପ ବିମାନ ଚଳାଚଳ ବନ୍ଦ ରହିବା ଯୋଗୁଁ କେତେଗୁଡ଼ିଏ ବିମାନ ଉଡ଼ାଣରେ ବିଳମ୍ବ ଘଟିଥଲା।

ସମଗ୍ର ବିମାନ ବନ୍ଦର ତଲାସ କରାଯିବା ପରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ନ ମିଳିବାରୁ ସମ୍ପୃକ୍ତ ଅଞ୍ଚଳ ନିରାପଦ ବୋଲି ବିଚାର କରାଯିବା ସହ ଘଟଣାକୁ ମିଛ ଧମକାଣ ବୋଲି ଘୋଷଣା କରାଯାଇଥିଲା।

ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇ ବିଳମ୍ବିତ ରାତ୍ରୀରେ ପାଟନାର ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିମାନ ବନ୍ଦର ଓ ଯାତ୍ରୀମାନଙ୍କ ନିରାପତ୍ତା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।

ଏସ୍‌ଏସ୍‌ପି ଗରିମା ମଲିକ କହିଛନ୍ତି ଯେ ମିଛ ଧମକାଣ କଲ୍‌କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାଧୀକୁ ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe