ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେବାପାଇଁ ହାତର ଆଙ୍ଗୁଳି କାଟିଦେଲେ ଖେଳାଳି

Advertisment
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେବାପାଇଁ ହାତର ଆଙ୍ଗୁଳି କାଟିଦେଲେ ଖେଳାଳି

ନୂଆଦିଲ୍ଲୀ: ଖେଳାଳିଙ୍କ ଖେଳ ପ୍ରତି ଥିବା ଆଗ୍ରହ ଅନେକଥର ଲୋକଙ୍କୁ ଆଶ୍ଚର୍ଯ୍ୟ କରି‌ଦେଇଛି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ପୁରୁଷ ହକି ଦଳର ସଦସ୍ୟ ମ୍ୟାଟ୍ଟ ଡାୱସନ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ନିଜ ହାତର ଆଙ୍ଗୁଳି କାଟି ଦେଇଛନ୍ତି।

ଅଷ୍ଟ୍ରେଲୀୟ ଖେଳାଳି ମ୍ୟାଟ୍ଟ ଡାୱସନ ତୃତୀୟ ଥର ପାଇଁ ଖେଳର ଏହି ମହାକୁମ୍ବରେ ଭାଗ ନେବାକୁ ଯାଉଛନ୍ତି। ହକି ଖେଳାଳି ମ୍ୟାଟ୍ଟ ଡାୱସନ  ହାତର ଆଙ୍ଗୁଳି କାଟିଦେବା ଘଟଣାକୁ ନେଇ କହିଛନ୍ତି, ‘ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେବା ପାଇଁ ମୁଁ ଅନେକ ଦିନରୁ ମୋର ପ୍ରସ୍ତୁତି ଆରମ୍ଭ କରି ଦେଇଛି।  କିନ୍ତୁ ଦୁର୍ଭାଗ୍ୟବଶତଃ ଅଲିମ୍ପିକ୍ସ ପୂର୍ବରୁ ମୋର ଡାହାଣ ହାତର ଅନାମିକା ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଏହି ଭଙ୍ଗା ଆଙ୍ଗୁଳିରେ ମୋତେ ଅଲମ୍ପିକ୍ସ ଖେଳିବାକୁ ଚୟନ କରାଯାଇ ନଥାଆନ୍ତା ବୋଲି ମୁଁ ଜାଣିଛି।

ଭଙ୍ଗା ଆଙ୍ଗୁଳିର ଚିକିତ୍ସା ପାଇଁ ଯେଉଁ ହସ୍ପିଟାଲକୁ ଯାଇଥିଲି ଡାକ୍ତର କହିଥିଲେ ଭଲ ହେବାପାଇଁ ଅତିକମରେ ଦୁଇସପ୍ତାହ ଲାଗିବ। ତେଣୁ ମୁଁ ଉକ୍ତ ଆଙ୍ଗୁଳିକୁ କାଟି ପ୍ଲାଷ୍ଟିକ ସର୍ଜରି କରିବାକୁ ନିଷ୍ପତ୍ତି ନେଇଥିଲି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା କିନ୍ତୁ ଖେଳ ପାଇଁ ନେବାକୁ ବାଧ୍ୟ ହେଲି। ଚିକିତ୍ସା ପରେ  ମୁଁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି ଓ ଅଲିମ୍ପିକ୍ସରେ ଖେଳିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି।

ହକି ଖେଳାଳି ମ୍ୟାଟ୍ଟ ଡାୱସନଙ୍କ ଏହି ନିଷ୍ପତ୍ତିକୁ ଦଳର ମୁଖ୍ୟ ପ୍ରଶିକ୍ଷକ କଲିନ୍‌ ବ୍ୟାଚ୍‌ଙ୍କ ସମେତ ଅନେକ ଖେଳାଳି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe