ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍‌ ପତାକା ଉତ୍ତୋଳନ କର: ‘ଅକାଳୀ ଦଳ’ ସାଂସଦ ସିମ୍‌ରନ୍‌ଜିତ୍‌ ସିଂହ ମାନ୍‌

Advertisment
ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍‌ ପତାକା ଉତ୍ତୋଳନ କର: ‘ଅକାଳୀ ଦଳ’ ସାଂସଦ ସିମ୍‌ରନ୍‌ଜିତ୍‌ ସିଂହ ମାନ୍‌

Image Courtesy of India Today

ଚଣ୍ଡୀଗଡ଼: ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍‌ ପତାକା ଉତ୍ତୋଳନ କର ବୋଲି କେନ୍ଦ୍ର ସରକାରଙ୍କ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ ବର୍ଜନ କରିବା ଲାଗି ଆହ୍ବାନ୍‌ ଦେଇ ‘ଶିରୋମଣି ଅକାଳୀ ଦଳ’ (ଅମୃତସର) ମୁଖ୍ୟ ସିମ୍‌ରନ୍‌ଜିତ୍‌ ସିଂହ ମାନ୍‌ କହି ବିବାଦ ଆରମ୍ଭ କରିଛନ୍ତି।

ମଙ୍ଗଳବାର ଦିନ ଦେଇଥିବା ବାର୍ତ୍ତାରେ ସେ କହିଛନ୍ତି, ଅଗଷ୍ଟ ୧୪-୧୫ ତାରିଖ ଦିନ ଘରେ ଏବଂ ଅଫିସ୍‌ରେ ‘ନିଶାନ୍‌ ସାହିବ୍‌’ ଉତ୍ତୋଳନ କରିବା ଲାଗି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆମ ଗହଣରେ ନ ଥିବା ଦୀପ୍‌ ସିଦ୍ଧୁ କହିଥିଲେ ଯେ, ଶିଖ୍‌ମାନେ ହେଉଛନ୍ତି ସ୍ବାଧୀନ ଏବଂ ଭିନ୍ନ ସମ୍ପ୍ରଦାୟର।

ଭାରତୀୟ ସେନାକୁ ଏହି ବିଚ୍ଛିନ୍ନତାବାଦୀ ନେତା ‘ଶତ୍ରୁ’ ସେନା ବୋଲି ମଧ୍ୟ କହିଛନ୍ତି। ନିହତ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରେନ୍‌ୱାଲେ ଶତ୍ରୁ ସେନା ସହ ଲଢ଼େଇ କରି ସହିଦ ହୋଇଥିଲେ।

publive-image Image Courtesy of Deccan Herald

ବେଆଇନ ଘୋଷିତ ‘ଶିଖ୍‌ସ୍‌ ଫର୍‌ ଜଷ୍ଟିସ୍‌’ର (ଏସ୍‌ଏଫ୍‌ଜେ) ପ୍ରତିନିଧିତ୍ବ କରୁଥିବା ଆତଙ୍କବାଦୀ ଗୁରପତୱନ୍ତ ସିଂ ପାନ୍ନୁନ୍‌ ମଧ୍ୟ ଜାତୀୟ ପତାକା ପ‌ୋଡ଼ିବା ପକାଇ ସ୍ବାଧୀନତା ଦିବସରେ ଖଲିସ୍ତାନୀ ପତାପା ଉତ୍ତୋଳନ କରିବା ଲାଗି ଭିଡିଓ ବାର୍ତ୍ତାରେ ପଞ୍ଜାବ ଜନସାଧାରଣଙ୍କୁ ଉସ୍‌କାଇଛନ୍ତି।

‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ବିଷୟରେ ଏଭଳି ମନୋଭାବ ପୋଷଣ କରିଥିବାରୁ ‘ଶିରୋମଣି ଅକାଳୀ ଦଳ’ ନେତାମାନେ ତୀବ୍ର ସମାଲୋଚିତ ହୋଇଛନ୍ତି। ‘ଆପ୍‌’ ମୁଖପାତ୍ର ମଲ୍‌ୱିନ୍ଦର୍‌ ସିଂହ କାଙ୍ଗ୍‌ ‘ଶିରୋମଣି ଅକାଳୀ ଦଳ’ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏହି ଅଭିଯାନକୁ ବର୍ଜନ କରି ସେମାନେ ସେମାନଙ୍କର ବାସ୍ତବ ଚରିତ୍ର ପ୍ରଦର୍ଶନ କରୁଛନ୍ତି। ଭାରତର ସମ୍ବିଧାନ ଅନୁସାରେ ଶପଥ ନେଇ ଗସ୍ତ ଖର୍ଚ୍ଚ ଦାବି କରୁଥିବା ବ୍ୟକ୍ତିଙ୍କ (ସିମ୍‌ରନ୍‌ ସିଂହ ମାନ୍‌) ସ୍ବରୂପ ମଧ୍ୟ ଜଣାପଡ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତି, ହଜାର ହଜାର ପଞ୍ଜାବୀ ପ୍ରାଣବଳି ଦେଇଥିବାରୁ ତାଙ୍କ କଥା ଉପରେ ଏତେ ବେଶୀ ଗୁରୁତ୍ବାରୋପ କରିବା ଅନୁଚିତ। ଜାତୀୟ ପତାକା ପ୍ରତି ଆମର ଗଭୀର ଶ୍ରଦ୍ଧା ଅଛି।

‘ଏସ୍‌ଏଡି’ର ଅନ୍ୟତମ ନେତା ଡକ୍ଟର୍‌ ଦଲଜିତ୍‌ ଚୀମା ମଧ୍ୟ କହିଛନ୍ତି ଯେ, ଭାରତର ଜାତୀୟ ପତାକା ସମସ୍ତଙ୍କର। ତା’ପାଇଁ ପଞ୍ଜାବୀମାନେ ଗୌରବାନ୍ବିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe