ନଭେମ୍ବର ୨୯ ପୂର୍ବରୁ ଶେ‌ଷ ହେବ ବା‌ଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ : ନିର୍ବାଚନ କମିସନ

Advertisment

ବିହାର ବିଧାନସଭା ସହ ଦେଶରେ ଖାଲିପଡ଼ିଥିବା ୬୫ଟି ଆସନ ଲାଗି ଏକ ସମୟରେ ଉପନିର୍ବାଚନ କରାଯିବ

ବିହାର ବିଧାନସଭା ସହ ଦେଶରେ ଖାଲିପଡ଼ିଥିବା ୬୫ଟି ଆସନ ଲାଗି ଏକ ସମୟରେ ଉପନିର୍ବାଚନ କରାଯିବ

ନଭେମ୍ବର ୨୯ ପୂର୍ବରୁ ଶେ‌ଷ ହେବ ବା‌ଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ : ନିର୍ବାଚନ କମିସନ

Image Courtesy of India.com

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ ବୋଲି ଆଜି ନିର୍ବାଚନ କମିସନ୍ ସ୍ଥିର କରିଛନ୍ତି। କେତେକ ରାଜ୍ୟରେ ଖାଲି ପଡ଼ିଥିବା ଆସନଗୁଡ଼ିକ ଲାଗି ଉପନିର୍ବାଚନ କରାଇବା ନିମନ୍ତେ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ନଭେମ୍ବର ୨୯ ତାରିଖ ମଧ୍ୟରେ ନିର୍ବାଚନ ଶେଷ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଯିବା ନିଶ୍ଚିତ ହୋଇଯାଇଛି। ନିକଟରେ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ହେବା ଫଳରେ ଏହି ଦୁଇଟି ଆସନ ଖାଲି ପଡ଼ିଛି।

ସମ୍ପ୍ରତି ବିଧାନସଭା ଓ ସଂସଦୀୟ ନିର୍ବାଚନ ମଣ୍ଡଳୀର ସମୁଦାୟ ୬୫ଟି ଆସନରେ ଉପନିର୍ବାଚନ କରାଯିବ। ସେଥିରୁ ୬୪ଟି ବିଭିନ୍ନ ରାଜ୍ୟ ବିଧାନସଭାରେ ଖାଲି ପଡ଼ିଥିବା ଆସନ ହୋଇଥିବା ବେଳେ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆସନ।

publive-image Image Courtesy of Hindustan Times

କେତେକ ସ୍ଥାନରେ ଅସ୍ବାଭାବିକ ଭାବେ ଅତି ପ୍ରବଳ ବର୍ଷା ଏବଂ ମହାମାରୀ ଭଳି କଟକଣା ସମେତ ଅନ୍ୟ କେତେକ କାରଣରୁ ରାଜ୍ୟର ଅଧିକାଂଶ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଫିସର୍‌ ଉପନିର୍ବାଚନ ବାତିଲ କରିବାକୁ ଚାହିଁଛନ୍ତି। ସମ୍ପୃକ୍ତ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଫିସର୍‌ଙ୍କ ରିପୋର୍ଟ ଓ ମତାମତଗୁଡ଼ିକୁ ନିର୍ବାଚନ କମିସନ ଉକ୍ତ ବୈଠକରେ ସମୀକ୍ଷା କରିଥିଲେ।

ସେହିଭଳି ବିହାରରେ ମଧ୍ୟ ବିଧାନସଭା ନିର୍ବାଚନ ହେବ ଏବଂ ୨୦୨୦ ନଭେମ୍ବର ୨୯ ମଧ୍ୟରେ ତାହା ଶେଷ ହେବା ଆବଶ୍ୟକ। ତେଣୁ, ବିହାର ବିଧାନସଭା ନିର୍ବାଚନ ସମୟରେ ୬୫ଟିଯାକ ଉପନିର୍ବାଚନ କରାଇବାକୁ ନିର୍ବଚାନ କମିସନ ସ୍ଥିର କରିଛନ୍ତି। ଏକ ସଙ୍ଗେ ସମସ୍ତ ନିର୍ବାଚନ କରାଇବାର ମୁଖ୍ୟ କାରଣ ହେଉଛି କେନ୍ଦ୍ରୀୟ ସାମରିକ ବଳ ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ବଳ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ପରିବହନ ସୁରୁଖୁରୁରେ ହୋଇପାରିବ।

ଉପୁଯକ୍ତ ସମୟରେ ନିର୍ବାଚନ କମିସନ୍ ବିହାର ବିଧାନସଭା ଓ ଅନ୍ୟ ସମସ୍ତ ଉପନିର୍ବାଚନର ସମୟସୂଚୀ ଘୋଷଣା କରିବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe