ବର୍ଷା ଦିନେ ଘରକୁ ଗ୍ୟାସ ଆଣୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ; ସିଲିଣ୍ଡର ତଳେ ଲୁଚି ଥାଇ ପାରେ ସାପ!

Advertisment
ବର୍ଷା ଦିନେ ଘରକୁ ଗ୍ୟାସ ଆଣୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ; ସିଲିଣ୍ଡର ତଳେ ଲୁଚି ଥାଇ ପାରେ ସାପ!

oneindia.com

ଫତେହାବାଦ: ଯଦି ଆପଣ ସିଲିଣ୍ଡର ହୋମ ଡେଲିଭରିରେ ନେଉଛନ୍ତି ତେବେ ସାବଧାନତା ଅବଲମ୍ବନ କରନ୍ତୁ। ନିକଟରେ ଜଣେ ବ୍ୟକ୍ତି ଗ୍ୟାସ୍‌ ସିଲିଣ୍ଡରକୁ ଘରକୁ ଆଣୁଥିବା ସମୟରେ ସିଲଣ୍ଡର ତଳେ ପ୍ରାୟ ୩ ଫୁଟର ଏକ ସାପ ଲୁଚି ରହିଥିଲା। ସୌଭାଗ୍ୟବଶତଃ ଏହି ସାପଟି ବିଷଧର ହୋଇ ନଥିବାରୁ କାହାକୁ କିଛି କ୍ଷତି ପହଞ୍ଚି ନାହିଁ।

ଏଭଳି ଏକ ଘଟଣା ହରିୟାଣାର ଫତେହାବାଦ ଜିଲ୍ଲା ପ୍ରଭାକର କଲୋନିରେ ବସବାସ କରୁଥିବା ରାଜୀବ ନରୁଲାଙ୍କ ସହିତ ଘଟିଛି। ସେ ନିକଟରେ ଘରକୁ ଏକ ଗ୍ୟାସ ସିଲିଣ୍ଡର ମଗାଇଥିଲେ। ସିଲିଣ୍ଡର ନେଇ ଘରକୁ ଯିବା ସମୟରେ ସେ ତଳେ ଏକ ତିନି ଫୁଟର ସାପ ଫସି ରହିଥିବା ଦେଖିବାକୁ ପାଇଥିଲେ। ପୂରା ପରିବାର ସିଲିଣ୍ଡର ତଳେ ଏଭଳି ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। ଏହାପରେ ତୁରନ୍ତ ଏହି ସାପ ସମ୍ପର୍କରେ ବନ୍ୟ ଜୀବ ସଂରକ୍ଷଣ ଡକ୍ଟର ଗୋପୀଙ୍କୁ ଖବର ଦେଇଥିଲେ।

publive-image

ଖବର ପାଇ ତୁରନ୍ତ ବନ୍ୟପ୍ରାଣୀ ସଂରକ୍ଷଣକାରୀ ଡକ୍ଟର ଗୋପୀ ପ୍ରଭାକର କଲୋନୀରେ ପହଞ୍ଚି ସାପକୁ ସିଲିଣ୍ଡର ତଳୁ ଉଦ୍ଧାର କରି ସୁରକ୍ଷିତ ଭାବେ ଏକ ଜଙ୍ଗଲରେ ଛାଡି ଦେଇଥିଲେ। ବନ୍ୟପ୍ରାଣୀ ସଂରକ୍ଷଣକାରୀଙ୍କ କହିବାନୁସାରେ ସିଲିଣ୍ଡର ତଳେ ଫସି ରହିଥିବା ସାପ ବିଷାକ୍ତ ନଥିଲା । ରଙ୍ଗ ପରିବର୍ତ୍ତନ କରୁଥିବା ପ୍ରଜାତିର ଏହି ସାପ ଥିଲା।

ବର୍ଷା ସମୟରେ ସାପ ବାହାରିବା ଏକ ସାଧାରଣ କଥା। ଘରର କୋଣମାନଙ୍କରେ ଓ ସିଲିଣ୍ଡର ତଳ ଭଳି ସ୍ଥାନମାନଙ୍କରେ ସାପ ଲୁଚି ରହିଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ଏଭଳି ସମୟରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସିଲିଣ୍ଡର କିମ୍ବା ଘରକୁ ଯଦି ଏପରି କୌଣସି ଜିନିଷ ଆଣୁଛନ୍ତି ତେବେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଡକ୍ଟର ଗୋପୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe