ଟ୍ରାକ୍ଟର୍‌ ରାଲି ହିଂସାକାଣ୍ଡରେ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା

ଟ୍ରାକ୍ଟର୍‌ ରାଲି ହିଂସାକାଣ୍ଡରେ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା

Image Courtesy of India Today

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍‌ ଲାଇନ୍‌ସ୍ଥିତ ଶୁଶ୍ରୂତ ଟ୍ରମା ସେଣ୍ଟର୍‌ରେ ଏବଂ ତୀର୍ଥରାମ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି। ସେମାନଙ୍କ ସାହସ ଓ ସାହସିକତା ନିମନ୍ତେ ଆମେ ଗର୍ବିତ ବୋଲି ଶାହା ଟୁଇଟ୍‌ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍‌ କିଲ୍ଲାରେ ପହଞ୍ଚିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଅଧିକ ସୁରକ୍ଷା କର୍ମଚାରୀ ମୁତୟନ କରିବାକୁ ନିର୍ଦେଶ ଦେଇଥିଲେ।

publive-image Image Courtesy of Hindustan Times

ଏହି ହିଂସାକାଣ୍ଡରେ ସମ୍ପୃକ୍ତ ବୋଲି ଏଫ୍‌ଆଇଆର୍‌ରେ ଉଲ୍ଲେଖ ଥିବା କୃଷକ ନେତାମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ସମ୍ପୃକ୍ତ କୃଷକ ନେତାମାନଙ୍କର ପାସ୍‌ପୋର୍ଟ ଜବତ କରାଯିବ।

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଛନ୍ତି, ସାଧାରଣତନ୍ତ୍ର ଦିବସର ହିଂସାକାଣ୍ଡ ଦୁଃଖଦାୟକ କିନ୍ତୁ, ଏହା ତିନି କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନର ଅବସାନ ଘଟାଇବ ନାହିଁ। ଏହି ହିଂସାକାଣ୍ଡ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ପ୍ରତି କଠୋର ଦଣ୍ଡବିଧାନ ହେବା ଆବଶ୍ୟକ।
ଏହାଛଡ଼ା, ଦିଲ୍ଲୀ ପୁଲିସ ଟ୍ରାକ୍ଟର୍‌ ରାଲି ସମୟରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସାକାଣ୍ଡ ନିମନ୍ତେ ଏକ ରାଜଦ୍ରୋହ ମାମଲା ମଧ୍ୟ ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe