ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ, ଖୁବ୍‌ ଶୀଘ୍ର ଘରକୁ ଫେରିବେ

ଏମ୍‌ସରୁ ଡିସଚାର୍ଜ ହେଲେ ଅମିତ ଶାହ

www.indiatoday.in

ନୂଆଦିିଲ୍ଲୀ: ନିକଟରେ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ) ରେ ଭର୍ତ୍ତି ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ଘରକୁ ଫେରିବାର ସମ୍ଭାବନା ରହିଛି। ଏମ୍ସ ପକ୍ଷରୁ ଏକ ବିବୃତିରେ କୁହଯାଇଛି ଯେ ଅମିତ ଶାହା ସୁସ୍ଥ ହୋଇଛନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ।  ଅଳ୍ପ ଦିନ ତଳେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ‘ଏମ୍‌ସ୍‌’ ନିଆଯାଇ  କୋଭିଡ୍ ପରବର୍ତ୍ତୀ ଚିକିତ୍ସା କରାଯାଇଥିଲା ।

‘ଏମ୍‌ସ୍‌’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ।  ‘ଏମ୍‌ସ୍‌’ର ମିଡିଆ ଓ ପ୍ରୋଟକଲ୍ ଡିଭିଜନ୍‌ର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ କହିଥିଲେ ଯେ,  ଗୃହମନ୍ତ୍ରୀ  ଅମିତ ଶାହାଙ୍କର ଗତ ୩/୪ ଦିନ ହେବ କ୍ଳାନ୍ତ ଲାଗିବା ସହ ଦେହହାତ ଘୋଳାବିନ୍ଧା କରୁଥିଲା। ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି। କୋଭିଡ୍ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଛି। ସେ ଆରାମ ଅନୁଭବ କରୁଛନ୍ତି ଓ ଡାକ୍ତରଖାନାରେ ଥାଇ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଅଗଷ୍ଟ ପ୍ରାରମ୍ଭରେ କରୋନା ଭାଇରସ୍ ପଜିଟିଭ୍‌ ବାହାରିଥିବା ଗୃହମନ୍ତ୍ରୀ ଶାହା କହିଥିଲେ କି, ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଘରେ ଏକାନ୍ତବାସ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe