ଆତଙ୍କୀଙ୍କ ଠାରୁ ଭୋଟର ଆଇକାର୍ଡ ଓ ପାକିସ୍ତାନୀ ଚକଲେଟ୍ ମିଳିଛି.. ପାକିସ୍ତାନକୁ ସୁରକ୍ଷା ଦେଇ ଚିଦାମ୍ବରମଙ୍କୁ ମିଳିବ କଣ - ଶାହ

ଏମିତି ପ୍ରଶ୍ନ କରି ଚିଦାମ୍ବରମ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ସିଏ କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ? ପାକିସ୍ତାନକୁ ସୁରକ୍ଷା ଦେଇ ତାଙ୍କୁ କଣ ମିଳିବ ? ବୋଲି କହି ପୂର୍ବତନ ଗୃହମନ୍ତ୍ରୀଙ୍କୁ ଘେରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

New Project (4)

ନୂଆଦିଲ୍ଲୀ: ଗୃହରେ ପୂର୍ବତନ ଗୃହମନ୍ତ୍ରୀଙ୍କୁ ଧୋଇଦେଲେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହ । ପାକିସ୍ତାନକୁ ପି. ଚିଦାମ୍ବରମ କ୍ଲିନ୍ ଚିଟ୍ ଦେଉଥିବା କହି ସମାଲୋଚନା କଲେ ଶାହ । ଗତକାଲି ଚିଦାମ୍ବରମ ପ୍ରଶ୍ନ କରିଥିଲେ କି ପହଲଗାମ୍ ହମଲାରେ ଜଡିତ ଥିବା ଆତଙ୍କବାଦୀ ପାକିସ୍ତାନର ବୋଲି କଣ ପ୍ରମାଣ ଅଛି । ଏହି ପ୍ରସଙ୍ଗରେ ଆଜି ଧୂମ୍ ବର୍ଷିଲେ ଶାହ । କହିଲେ- ଏମିତି ପ୍ରଶ୍ନ କରି ଚିଦାମ୍ବରମ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ସିଏ କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ? ପାକିସ୍ତାନକୁ ସୁରକ୍ଷା ଦେଇ ତାଙ୍କୁ କଣ ମିଳିବ ? ବୋଲି କହି ପୂର୍ବତନ ଗୃହମନ୍ତ୍ରୀଙ୍କୁ ଘେରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଚିଦାମ୍ବରମ ଜୀ ଜାଣିରଖିବା ଦରକାର ଯେ, ୩ ଆତଙ୍କୀବାଦୀ ପାକିସ୍ତାନର ବୋଲି । ଏହାର ପ୍ରମାଣ ଆମ ପାଖରେ ଅଛି । ୩ ଜଣଙ୍କ ଭିତରୁ ୨ ଜଣଙ୍କର ଭୋଟର ଆଇକାର୍ଡ ମିଳିଛି । ଆଉ ସେମାନଙ୍କ ପାଖରୁ ଯେଉଁ ଚକଲେଟ୍ ମିଳିଛି ତାହା ପାକିସ୍ତାନରୁ ତିଆରି ବୋଲି କହିଛନ୍ତି ଶାହ । ମାତ୍ର ଚିଦାମ୍ବରମଙ୍କ ବୟାନ ସ୍ପଷ୍ଟ ପ୍ରମାଣିତ କରୁଛି କି ପୂର୍ବତନ ଗୃହମନ୍ତ୍ରୀ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେବାକୁ ଚାହୁଁଛନ୍ତି । ପାକିସ୍ତାନକୁ ବଞ୍ଚାଇବାର ଷଡଯନ୍ତ୍ର ପୂରା ଦେଶବାସୀଙ୍କ ଆଗରେ ଧରାପଡ଼ିଯାଇଛି ବୋଲି ଶାହ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe