ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ପାଇଁ ତାମିଲନାଡୁରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା

Advertisment
ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ପାଇଁ ତାମିଲନାଡୁରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା

The Sunday Guardian

ଚେନ୍ନାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରେ ରହି ସେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ | ଏହା ସହ ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ଜଣା ପଡ଼ିଛି।

ଗସ୍ତ ପୂର୍ବରୁ ଗୃହମନ୍ତ୍ରୀ ଗତକାଲି ଟ୍ୱିଟ କରି ନିଜର ପୂରା କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ। ସେ ଲେଖିଥିଲେ ଯେ, "ମୁଁ ଆସନ୍ତାକାଲି ତାମିଲନାଡୁରେ ରହିବି। ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବି" |  ତେବେ ଅମିତ ଶାହା ସୁପରଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ବର୍ଷ ଆରମ୍ଭରେ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ଏହି ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

We are vigilant towards every inch of our land: Amit Shah on Ladakh row | Business Standard News Business Standard

ବିହାରରେ ବିଜୟ ହାସଲ କରିବା ପରେ ଏବେ ବିଜେପି ଏବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଉପରେ ନଜର ରଖିଛି। ଆସନ୍ତା ବର୍ଷ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଦଳର ରାଜନୈତିକ ଆଧାରକୁ ମଜବୁତ କରିବା ପାଇଁ ଅମିତ ଶାହା ଚେନ୍ନାଇରେ ପହଞ୍ଚିଛନ୍ତି। ଏହି ଗସ୍ତରେ ଅମିତ ଶାହା ଦଳର ବରିଷ୍ଠ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe