ଯାଞ୍ଚ ହେବ ଚାଷୀ ଆନ୍ଦୋଳନକୁ ନେଇ ସେଲିବ୍ରିଟି କରିଥିବା ଟୁଇଟ

Advertisment
ଯାଞ୍ଚ ହେବ ଚାଷୀ ଆନ୍ଦୋଳନକୁ ନେଇ ସେଲିବ୍ରିଟି କରିଥିବା ଟୁଇଟ

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ବଲିଉଡର ଅନେକ କଳାକାର ସମେତ ଖେଳ ଜଗତର ସେଲିବ୍ରିଟି କରିଥିବା ଟୁଇଟକୁ ନେଇ ମହାରାଷ୍ଟ୍ରରେ ରାଜନୀତି ମୁଣ୍ଡ ଟେକିଛି। ଅଲଇଣ୍ଡିଆ କଂଗ୍ରେସ କମିଟି ସଦସ୍ୟ ଓ ମୁମ୍ବାଇ କଂଗ୍ରେସ ପ୍ରବକ୍ତା ସଚିନ ସାୱନ୍ତ ଅଭିଯୋଗ କରିଛନ୍ତି କି ବିଜେପି ଚାପରେ ଜଣାଶୁଣା ବ୍ୟକ୍ତିମାନେ ଟୁଇଟ କରିଛନ୍ତି।

ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ଗୃ୍ହମନ୍ତ୍ରୀ ଓ ଏନସିବି ନେତା ଅନିଲ ଦେଶମୁଖଙ୍କ କହିବାନୁସାରେ, ରାଜ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏହି ମାମଲାର ଯାଞ୍ଚ କରି କ’ଣ ବାସ୍ତବ ଘଟଣା ତାହା ଉପରେ ଖୋଲତାଡ଼ କରିବ।

ବିଜେପି ନେତା ରାମ କଦମ ଟୁଇଟ କରି ପ୍ରଶ୍ନ କରିଛନ୍ତି କି, ଦେଶର ହିତ ପାଇଁ ସେଲିବ୍ରିଟିମାନେ ଟୁଇଟ କରିବା କ’ଣ ଅପରାଧ? କଂଗ୍ରେସକୁ ଏହି ସେଲିବ୍ରିଟିମାନଙ୍କୁ କ୍ଷମା ମାଗି ନିଜ ନିଷ୍ପତ୍ତିକୁ ଫେରାଇ ନେବା ଉଚିତ।

ବିଜେପି ନେତା ଦେଶମୁଖ କହିଥିଲେ କି, କ’ଣ ‌ସେଲିବ୍ରିଟିମାନଙ୍କ ଟୁଇଟ କୌଣସି ଚାପ ହେତୁ ସାମ୍ନାକୁ ଆସିଛି କି? ଆମର ଇଣ୍ଟେଲି‌ଜେନ୍ସ ଏଜେନ୍ସି ଏହି ଘଟଣାର ଯାଞ୍ଚ କରିବେ? କେମିତି ଅକ୍ଷୟ କୁମାର ଓ ସାଇନା ନେହୱାଲଙ୍କ ଟୁଇଟ ସମାନ ଥିଲା ତାହା ମଧ୍ୟ ଦେଖାଯିବ?

ଚାଷୀ ଆନ୍ଦୋଳନ ସମର୍ଥନରେ ପପ ଷ୍ଟାର ସିଙ୍ଗର ରିହାନାଙ୍କ ଟ୍ୱିଟ ପରେ ବିଭିନ୍ନ ବଲିଉଡ ଓ ଖେଳ ଜଗତର ସେଲିବ୍ରିଟି ଟ୍ୱିଟ କରିଥିଲେ । ଏହି କ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ଲତା ମଙ୍ଗେସକର, ସଚିନ ତେନ୍ଦୁଲକର, ବିରାଟ କୋହଲି, ସୁନୀଲ ସେଟ୍ଟୀ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟରେ ସେମାନେ ଇଣ୍ଡିଆ ଟୁଗେଦର ଓ ଇଣ୍ଡିଆ ଏଗେନଷ୍ଟ ପ୍ରୋପାଗଣ୍ଡା ହ୍ୟାସଟ୍ୟାଗ ଦେଇଥିଲେ।

କଂଗ୍ରେସ ପ୍ରତିନିଧି ମଣ୍ଡଳ ଆଜି ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହ ଅନଲାଇନ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe