‘ସିଏଏ’ ନିୟମାବଳୀ ପ୍ରସ୍ତୁତି କରିବାକୁ ଅତିରିକ୍ତ ତିନି ମାସ ଆବଶ୍ୟକ କରୁଛି ଗୃହମନ୍ତ୍ରାଳୟ

Advertisment
‘ସିଏଏ’ ନିୟମାବଳୀ ପ୍ରସ୍ତୁତି କରିବାକୁ ଅତିରିକ୍ତ ତିନି ମାସ ଆବଶ୍ୟକ କରୁଛି ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନର ନିୟମାବଳୀ ପ୍ରସ୍ତୁତି କରିବାକୁ ଆହୁରି ତିନି ମାସ ଆବଶ୍ୟକ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ପାର୍ଲାମେଣ୍ଟ୍‌ର ଷ୍ଟାଣ୍ଡିଙ୍ଗ୍ କମିଟି ସହ ସମ୍ପୃକ୍ତ ଏକ ବିଭାଗକୁ କହିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ‘ସିଏଏ’ ଗତ ଡିସେମ୍ବର ମାସରେ ପାର୍ଲାମେଣ୍ଟ୍‌ରେ ପାରିତ ହୋଇଥିଲା।

ପାର୍ଲାମେଣ୍ଟାରି ୱାର୍କ ମାନୁଆଲ୍ ଅନୁସାରେ, ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନ ପାଇଁ ଛଅ ମାସ ମଧ୍ୟରେ ନିୟମ ପ୍ରସ୍ତୁତି କରାଯିବା ଉଚିତ। ଯଦି ଏଥିପାଇଁ ଅଧିକ ସମୟ ଆବଶ୍ୟକ ପଡ଼େ ତେବେ ଷ୍ଟାଣ୍ଡିଙ୍ଗ୍ କମିଟିଙ୍କ ଅନୁମତି ଆବଶ୍ୟକ।

publive-image Image Courtesy of Hindustan Times

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଗତ କେତେ ମାସ ଧରି ମନ୍ତ୍ରାଳୟ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ନିୟମାବଳୀ ପ୍ରସ୍ତୁତି ପାଇଁ ଅତିରିକ୍ତ ସମୟ ଲୋଡ଼ା ଯାଇଛି। ଖୁବ୍ ଶୀଘ୍ର ଏହି ସବୁ ନିୟମାବଳୀ ପ୍ରସ୍ତୁତ ହୋଇଯିବ।

ସଂଶୋଧିତ ନାଗରିକ ଆଇନ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ନିର୍ଯାତନାର ସରବ୍ୟ ହୋଇଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ୍ ଓ ପାର୍ସି ଭଳି ଛଅ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବ। ‘ସିଏଏ’ ପାର୍ଲାମେଣ୍ଟ୍‌ରେ ପାରିତ ହୋଇଯିବା ପରେ ସମଗ୍ର ଦେଶରେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା। ଏହା ଧର୍ମବିଦ୍ବେଷୀ ଏବଂ ସମ୍ବିଧାନ ଉଲ୍ଲଂଘନ କରୁଛି ବୋଲି ପ୍ରତିବାଦକାରୀମାନେ ଦର୍ଶାଇଥିଲେ। କିନ୍ତୁ, ଏହି ପ୍ରତିବାଦ ରାଜନୈତିକ କହି ଗୃହମନ୍ତ୍ରୀ ଅମିତ ଶାହା ଅଭିଯୋଗକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe