Image Courtesy of Hindustan Times
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଫାଉଣ୍ଡେସନ୍, ରାଜୀବ ଗାନ୍ଧୀ ଚାରିଟେବଲ୍ ଟ୍ରଷ୍ଟ୍ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ୍ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ସମନ୍ବୟ ରକ୍ଷା ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠନ କରିଛି। ଏହି ତିନୋଟି ଟ୍ରଷ୍ଟ୍ ମନିଲଣ୍ଡରିଙ୍ଗ୍ ଆକ୍ଟ୍, ଇନ୍କମ୍ ଟ୍ୟାକ୍ସ୍ ଆକ୍ଟ ଏବଂ ଫରେନ୍ କଣ୍ଟ୍ରିବ୍ୟୁସନ୍ ଆକ୍ଟ୍ର ଆଇନଗତ ବ୍ୟବସ୍ଥା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।
ଗୃହମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦେଶାଳୟର ସ୍ବତନ୍ତ୍ର ନିର୍ଦେଶକ ଏହି କମିଟିର ନେତୃତ୍ବ ନେବେ। ସିବିଆଇ ମଧ୍ୟ ଏହି କମିଟିରେ ଅଂଶ ଗ୍ରହଣ କରିବ।
/sambad/media/post_attachments/wp-content/uploads/2020/07/gandhi.jpg)
୧୯୯୧ ମସିହାରେ ଗଠିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ର ଟ୍ରଷ୍ଟିମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପି ଚିଦମ୍ବରମ୍। ସୋନିଆ ଗାନ୍ଧୀ ହେଉଛନ୍ତି ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ଏବଂ ରାଜୀବ ଗାନ୍ଧୀ ଚାରିଟେବଲ୍ ଟ୍ରଷ୍ଟ୍ର ଅଧ୍ୟକ୍ଷା।
ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ବିରୋଧରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଜେପି ନଡ୍ଡା ଗତ ମାସରେ ଅଭିଯୋଗ କରିଥିଲେ। କେତେଗୁଡ଼ିଏ ଟୁଇଟ୍ରେ ସେ ଲେଖିଥିଲେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ଫଣ୍ଡ୍ ଅର୍ଥ ଅନୁଦାନ ଦେଇଥିଲା। ଗୋଟିଏ ପରିବାରର ସମ୍ପଦ କ୍ଷୁଧା ଦେଶକୁ ଆଘାତ ଦେଇଛି। ସେ ଅଭିଯୋଗ କରିଥିଲେ ଯେ, ପରିବାର ଚାଳିତ ଫାଉଣ୍ଡେସନ୍ରେ କଂଗ୍ରେସ ଜାଲିଆତି କରି ସର୍ବସାଧାରଣଙ୍କ ଅର୍ଥ ପୂରାଇଛି।
Follow Us