ହନିପ୍ରୀତ୍‌ କେଉଁ ସବୁ ଗୋପନୀୟ ସ୍ଥାନରେ ବିତାଇଥିଲେ ୩୮ଦିନର ଫେରାର୍‌ ଜୀବନ

Advertisment
ହନିପ୍ରୀତ୍‌ କେଉଁ ସବୁ ଗୋପନୀୟ ସ୍ଥାନରେ ବିତାଇଥିଲେ ୩୮ଦିନର ଫେରାର୍‌ ଜୀବନ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌ସାଙ୍କୁ ଗିରଫ କରିଛି ହରିୟାଣା ପୁଲିସ। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଛି। ହନିପ୍ରୀତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ତେବେ ହନିପ୍ରୀତ ଅଗଷ୍ଟ ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ କେଉଁ ସବୁ ସ୍ଥାନରେ ଲୁଚି ରହିଥିଲେ ଜାଣନ୍ତୁ।

୧. ହନିପ୍ରୀତ ଇନ୍‌ସା ଅଗଷ୍ଟ ୨୭ରୁ ୨୮ପର୍ଯ୍ୟନ୍ତ ହନୁମାନଗଡ଼ରେ ତାଙ୍କ ଦିଅରଙ୍କ ଘରେ ଥିଲେ।

୨. ଦିଅରଙ୍କ ଘରେ ହନିପ୍ରୀତ ଥିବା କଥା ପୁଲିସକୁ ସୂଚନା ମିଳିବା ପରେ ସେ ଅଗଷ୍ଟ ୨୯ରୁ ଫେରାର ହୋଇ ଯାଇଥିଲେ।

୩. ଅଗଷ୍ଟ ୩୦ରେ ରାଜସ୍ଥାନରେ ଡେରା ସମର୍ଥକ ସଙ୍ଗାରିଆଙ୍କ ଘରେ ଥିଲେ।

୪. ସେପ୍ଟେମ୍ବର ୨ରେ ଉଦୟପୁରର ଏକ ସପିଂ ମଲରେ ହନିପ୍ରୀତଙ୍କୁ ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହନିପ୍ରୀତ ସେଠାରୁ ମଧ୍ୟ ଫେରାର ହୋଇଯାଇଥିଲେ। ସେଠାରେ କେବଳ ଡେରାର ରକ୍ଷକଙ୍କୁ ପୁଲିସ ଠାବ କରିଥିଲା।

୫. ଏହାପରେ ହନିପ୍ରୀତଙ୍କୁ ନେପାଳରେ ଥିବା ଖବର ଆସିବା ପରେ ସେଠାରେ ବି ଖୋଜା ଚାଲିଥିଲା।

୬. ନେପାଳରୁ ପୁଲିସ ହନିପ୍ରୀତଙ୍କୁ ପାଇବାରେ ଅସମର୍ଥ ହେବା ପରେ ରାମ ରହିମଙ୍କ ଜନ୍ମସ୍ଥାନ ଗୁରୁସାର୍‌ ଗ୍ରାମରେ ବି ଖୋଜି ଥିଲା ପୁଲିସ। ଏଠାରୁ ବି ହନିପ୍ରୀତ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଇଥିଲା।

୭. ସେପ୍ଟେମର ୨୫ରେ ଦିଲ୍ଲୀର ଲଜପତ ନଗରରେ ହନିପ୍ରୀତ ତାଙ୍କ ଓକିଲକୁ ଭେଟିଥିଲେ। ଓକିଲଙ୍କ ଘରେ ସେ ୨ଘଣ୍ଟା ରହିଥିଲେ। ଦୁଇଦିନପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ହନିପ୍ରୀତ ଏଠାକୁ ଆସିଥିଲେ ବୋଲି ଜାଣିବାକୁ ପାଇଥିଲା।

୮. ପୁଲିସ ଓକିଲଙ୍କ ଫ୍ଲାଟ ଛାନ୍‌ଭିନ୍‌ କରିବା ସହିତ ଗୁରୁଗ୍ରାମର ବିଭିନ୍ନ ସ୍ଥାନ ଯାଞ୍ଚ କରିଥିଲେ ମଧ୍ୟ ହନିପ୍ରୀତକୁ ଧରିବାରେ ସଫଳ ହୋଇପାରି ନଥିଲା।

ଦୀର୍ଘ ୩୮ଦିନ ଲୁଚି ରହିବା ପରେ ଅକ୍ଟୋବର ୩ରେ ଚଣ୍ଡିଗଡ଼ ପୁଲିସ ହନିପ୍ରୀତଙ୍କୁ କାବୁ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe