ହନି ଟ୍ରାପ୍‌ର ମାୟା: ୭୨ରୁ ଅଧିକ ସରକାରୀ ବାବୁ-ମନ୍ତ୍ରୀ ସାମିଲ

ମହାରାଷ୍ଟ୍ରର ନାସିକରେ ଏକ ହନିଟ୍ରାପ୍ ମାମଲାରେ ୭୨ରୁ ଅଧିକ ବରିଷ୍ଠ ଅଧିକାରୀ, ପୂର୍ବତନ, ବର୍ତ୍ତମାନର ମନ୍ତ୍ରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।ଜଣେ ବରିଷ୍ଠ ନେତାଙ୍କ ଖୁଲାସା ପରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଆତଙ୍କ ଖେଳିଯାଇଛି। ଏହାର ଅନେକ ଆପତ୍ତିଜନକ ଭିଡିଓ ସାମ୍ନାକୁ ଆସିଛି...

Honey Trap: More than 72 government ministers and officials involved

Honey Trap: More than 72 government ministers and officials involved Photograph: (sambad.in)

ମୁମ୍ବାଇ:ମହାରାଷ୍ଟ୍ରର ନାସିକ ସହରରୁ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ରାଜ୍ୟର ୭୨ ରୁ ଅଧିକ ବରିଷ୍ଠ ଅଧିକାରୀ, ପୂର୍ବତନ ଏବଂ ବର୍ତ୍ତମାନର ମନ୍ତ୍ରୀ ହନି ଟ୍ରାପ୍ ମାମଲାରେ ଫସି ରହିଥିବା ସନ୍ଦେହ କରାଯାଉଛି। ନାସିକ ଗସ୍ତରେ ଥିବା ରାଜ୍ୟର ଜଣେ ବରିଷ୍ଠ ନେତା ଏକ ଅନୌପଚାରିକ ଆଲୋଚନା ସମୟରେ ଏହା ପ୍ରକାଶ କରିଥିଲେ। ଏହା ପରେ ନାସିକର ରାଜନୈତିକ ଏବଂ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

ସୂତ୍ର ଅନୁସାରେ, ଏହି ସମ୍ପୂର୍ଣ୍ଣ ଘଟଣାଟି ନାସିକର ଏକ ପଞ୍ଚତାରକା ହୋଟେଲରେ ଘଟିଛି। ତେବେ ଏହା ଏକ ଯୋଜନାବଦ୍ଧ ହନି ଟ୍ରାପ୍ ମାମଲାର ଥିଲା ନା କିଛି ଅଧିକାରୀଙ୍କ ବ୍ୟକ୍ତିଗତ ବ୍ୟାପାର ତାହା ସ୍ପଷ୍ଟ ହୋଇନାହିଁ।  କିନ୍ତୁ ସମଗ୍ର ଘଟଣା ସମ୍ପର୍କରେ ଆଲୋଚନା ଜୋରଦାର ହେବାରେ ଲାଗିଛି।

ସୂଚନା ଅନୁଯାୟୀ,ଜଣେ ମହିଳା ମୁମ୍ବାଇ ନାକା ପୁଲିସ ଷ୍ଟେସନରେ ଜଣେ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ କିଛି ଆପତ୍ତିଜନକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ପୁଲିସ ସୂତ୍ର କହୁଛି ଯେ, ସମ୍ପୃକ୍ତ ମହିଳାଙ୍କ ପାଖରେ ଅନେକ ଅଧିକାରୀଙ୍କ ଭିଡିଓ ଅଛି। ଏହି କାରଣରୁ, କୌଣସି ଅଧିକାରୀ ଖୋଲାଖୋଲି ଭାବରେ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି।  ଫଳରେ ସମଗ୍ର ମାମଲାକୁ ଚପାଇ ଦିଆଯାଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ବିଜେପିର ସାଙ୍ଘାତିକ ଅଭିଯୋଗ: ବାଲେଶ୍ବର ଛାତ୍ରୀ ଘଟଣା ପଛରେ କଂଗ୍ରେସର ହାତ

ସୂତ୍ରଗୁଡ଼ିକ ଏହା ମଧ୍ୟ କହୁଛି ଯେ, ନାସିକର ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ, ମୁମ୍ବାଇ ଏବଂ ପୁଣେର କିଛି ବରିଷ୍ଠ ଅଧିକାରୀ ଏବଂ ନେତା ମଧ୍ୟ ଏହି ମାମଲାରେ ସାମିଲ ହୋଇପାରନ୍ତି। ଯଦିଓ ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ।  ସମ୍ପୃକ୍ତ ତଦନ୍ତ ଏଜେନ୍ସିଗୁଡ଼ିକ ଏହି ମାମଲାକୁ ଅତି ଗମ୍ଭୀରତାର ସହିତ ତଦନ୍ତ କରୁଛନ୍ତି। ସେହି ସମୟରେ, ଥାନେ କ୍ରାଇମବ୍ରାଞ୍ଚରେ ତିନୋଟି ଗୁରୁତର ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ  ଏହି ତିନୋଟି ମାମଲାରେ ଏକ ହନି ଟ୍ରାପ୍‌ରେ ଫସିଯାଇଛନ୍ତି। ପୁଲିସ ସୂତ୍ର ଅନୁଯାୟୀ, ଏହି ଅଭିଯୋଗଗୁଡ଼ିକର ଏକ ଗୋପନୀୟ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାସିକର ଜଣେ ବରିଷ୍ଠ ଅଧିକାରୀ, ନଭି ମୁମ୍ବାଇର ଜଣେ ବ୍ୟକ୍ତି ଏବଂ ଥାନେର ଜଣେ ପ୍ରମୁଖ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି। ତିନୋଟି ଗମ୍ଭୀର ଅଭିଯୋଗ ଆସିଛି ଏବଂ ପୁଲିସ ବିଭାଗ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା  ତଥା  ଗୋପନୀୟତାର ସହିତ ଏହି ମାମଲାଗୁଡ଼ିକର ତଦନ୍ତ କରୁଛି। ଯଦିଓ ଏ ସମ୍ପର୍କରେ ଥାନେ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। କିନ୍ତୁ ଏହି ମାମଲାକୁ ଆଭ୍ୟନ୍ତରୀଣ ଭାବରେ ଗମ୍ଭୀରତାର ସହିତ ନିଆଯାଇଛି ଏବଂ ତଦନ୍ତର ପରିସର ମଧ୍ୟ ବୃଦ୍ଧି କରାଯାଉଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ୟେମେନରୁ ଆସିଲା ବଡ଼ ଖବର, ସ୍ଥଗିତ ରହିଲା କେରଳୀ ନର୍ସଙ୍କ ଫାଶୀଦଣ୍ଡ

maharastra | honeytrap

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe