ତଦନ୍ତରେ ସହଯୋଗ କରୁନାହାନ୍ତି ହନିପ୍ରୀତ

Advertisment
ତଦନ୍ତରେ ସହଯୋଗ କରୁନାହାନ୍ତି ହନିପ୍ରୀତ

ଚଣ୍ଡୀଗଡ଼ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍‌ ଧରା ପଡ଼ିବା ପରେ ତଦନ୍ତରେ ସହଯୋଗ କରୁନଥିବା ପଞ୍ଚକୁଳା ପୁୁଲିସ ଅଭିଯୋଗ ଆଣିଛି। ହନିପ୍ରୀତ ବାରମ୍ବାର ମତ ବଦଳାଉଥିବାରୁ ପଞ୍ଚକୁଳା ପୁଲିସ ତାଙ୍କ ପାଇଁ ୩୦୦ ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି। ଶନିବାର ହନିପ୍ରୀତଙ୍କୁ ଏକ ଅଜଣା ସ୍ଥାନକୁ ନେଇ ପୁଲିସ ଜେରା କରିଥିଲା। ତେବେ ହନିପ୍ରୀତ ବିଭ୍ରାନ୍ତିକର ଉତ୍ତର ଦେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ପୁଲିସ କମିସନର ଏଏସ୍‌ ଚାଓ୍ଵଲା କହିଛନ୍ତି। ତାଙ୍କଠାରୁ ଠିକ୍‌ ଉତ୍ତର ନପାଇ ପଞ୍ଚକୁଳା ପୁଲିସ ଏସ୍‌ଆଇଟି ଦଳ ଏବେ ହରିୟାଣା ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ ନିକଟରୁ ସହଯୋଗ ଲୋଡ଼ିଛନ୍ତି। ସୂଚନାନୁଯାୟୀ, ହନିପ୍ରୀତ ଅଗଷ୍ଟ ୨୫ ତାରିଖରୁ ୩୮ ଦିନର ନିଖୋଜ ସମୟ ମଧ୍ୟରେ ଦୁଇଟି ମୋବାଇଲ ଫୋନ୍‌ରେ ୩ଟି ଅନ୍ତର୍ଜାତୀୟ ସିମକାର୍ଡ ଏବଂ ୧୬ଟି ଘରୋଇ ସିମ୍‌କାର୍ଡ ବ୍ୟବହାର କରିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe