ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ୩୮ଦିନର ଆତ୍ମଗୋପନ ପରେ ଚଣ୍ଡିଗଡ଼ରୁ ଗିିରଫ

ଆସନ୍ତା କାଲି କୋର୍ଟ ଚାଲାଣ

ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ୩୮ଦିନର ଆତ୍ମଗୋପନ ପରେ ଚଣ୍ଡିଗଡ଼ରୁ ଗିିରଫ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାଙ୍କୁ ଗିରଫ କରିଛି ହରିୟାଣା ପୁଲିସ। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଛି। ହନିପ୍ରୀତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ହନିପ୍ରୀତ ଇନସାଙ୍କ ଅଗ୍ରିମ ଜାମିନ ପାଇଁ ଆବେଦନକୁ ଖରାଜ କରି ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ହନିପ୍ରୀତ ଆତ୍ମସମର୍ପଣ କରିବେ ବୋଲି ସ୍ଥିର କରିଥିଲା ବେଳେ ମଙ୍ଗଳବାର ପୁଲିସ ହାତରେ ଧରାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଅଗଷ୍ଟ ୨୫ରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ସିଂହ ରାମ ରହିମ ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦ବର୍ଷ ଜେଲଦଣ୍ଡ ଶୁଣାଇଥିଲ। ଏହି ଶୁଣାଣି ପରେ ବାବାଙ୍କ ପୋଷ୍ୟପୁତ୍ରି ହନିପ୍ରୀତ ଇନସା ଫେରାର ହୋଇଥିଲା। ହପିପ୍ରୀତଙ୍କ ନାମ ୪୩ଜଣ ଫେରାର ଆସାମୀଙ୍କ ତାଲିକାରେ ସାମିଲ ଥିଲା।

ପୁଲିସକୁ ସୂଚନା ମିଳିଥିଲା କି ହନିପ୍ରୀତ ଚଣ୍ଡିଗଡ ଆଖପାଖରେ ରହିଛି। ଏହା ଉପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ହନିପ୍ରୀତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପଞ୍ଚକୁଲା ଚାରି ପାଖରେ ପୁଲିସ ମୁତୟନ କରାଯାଥିଲା। ପ୍ରତ୍ୟେକ ସ୍ଥାନରେ ବ୍ୟାରିକେଡ ଲଗାଇଯାଥିଲା। ମହିଳା ପୁଲିସ ମହିଳାଙ୍କମାନଙ୍କ ଓଢ଼ଣା ଉଠାଇ ଯାଞ୍ଚ କରୁଥିଲେ, କାରଣ ହନିପୀତ କେଉଁଆଡେ ଲୁଚି ଫେରାର ନହୋଇ ଯାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe