ଗିରଫ ହେଲେ ହନିପ୍ରୀତ

ଆଜି କୋର୍ଟରେ ହାଜର ହେବେ 

ଗିରଫ ହେଲେ ହନିପ୍ରୀତ

Dr Gurmeet Ram Rahim Singh Ji Insaan AKA MSG founder of Dera Saccha Sauda during Idea Exchange at Noida Office. Express Photo by Abhinav Saha. 26.09.2016. *** Local Caption *** Dr Gurmeet Ram Rahim Singh Ji Insaan AKA MSG founder of Dera Saccha Sauda during Idea Exchange at Noida Office.

ଚଣ୍ଡୀଗଡ଼   : ଦୀର୍ଘ ୩୮ ଦିନର ଲୁଚକାଳି ପରେ  ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ହଂସାଙ୍କୁ  ପଂଜାବ ପୁଲିସ ଗିରଫ କରିଛି।  ହନିପ୍ରୀତଙ୍କୁ ଜୀରକ୍‌ପୁର-ପଟିଆଲା ରୋଡରୁ ଗିରଫ କରାଯିବା ପରେ ହରିୟାଣା ପୁଲିସକୁ ହସ୍ତାନ୍ତର କରାଯାଇଛି । ପଞ୍ଚକୁଳା ପୁଲିସ ଡେପୁଟି କମିସନର ମନବୀର ସିଂହ କହିଛନ୍ତି ଯେ ହନିପ୍ରୀତ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ମହିଳାଙ୍କୁ ପଞ୍ଜାବ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗିରଫ୍‌ କରିଥିଲେ। ତାଙ୍କୁ  ଆଜି ପଞ୍ଚକୁଳା ଜିଲ୍ଲା କୋର୍ଟରେ ହାଜର କରାଯିବ। ଗିରଫ ହେବାର କିଛି ସମୟ ପୂର୍ବରୁ  ହନିପ୍ରୀତ ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ।

ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ ରହିମ୍‌  ଏବଂ ହନିପ୍ରୀତଙ୍କୁ ନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଚାଲିଥିବା ବେଳେ  ହନିପ୍ରୀତ କହିଛନ୍ତି ଯେ ରାମ ରହିମ ତାଙ୍କର ପିତା ଏବଂ ସେମାନଙ୍କ ମଧ୍ୟରେ  ବାପ-ଝିଅ ସଂପର୍କ ହିଁ ରହିଛି। ଗଣମାଧ୍ୟମରେ କେବଳ ଅପପ୍ରଚାର ଚାଲିଛି ଏବଂ ଖୁବ୍‌ଶୀଘ୍ର ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ୩୮ ଦିନ ଧରି ତାଙ୍କୁ ହରିୟାଣା ପୁଲିସ ଖୋଜୁଥିବା ବେଳେ ଆଜି ତାଙ୍କର ଗିରଫଦାରୀ ଯୋଗୁଁ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।   ପଞ୍ଚକୁଳା ହିଂସାକାଣ୍ଡ ନେଇ ହନିପ୍ରୀତଙ୍କୁ ଜେରା ଆରମ୍ଭ ହୋଇଯାଇଛି।

ହନିପ୍ରୀତଙ୍କ ସହ ଥିବା ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ପୁଲିସ ହେପାଜତରେ ରଖାଯାଇଛି। ଗତ ଅଗଷ୍ଟ ୨୫ ତାରିଖ ଦିନ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ହରିୟାଣା ଓ ପଞ୍ଚକୁଳାରେ ବ୍ୟାପକ  ହିଂସାକାଣ୍ଡ ଘଟିଥିଲା। ଏହା ପରଠାରୁ  ହନିପ୍ରୀତ ଫରାର ହୋଇଯାଇଥିଲେ। ପଞ୍ଚକୁଳା ହିଂସାକାଣ୍ଡ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁୁ ହୋଇଛି।  ଆଜି ହନିପ୍ରୀତ କହିଛନ୍ତି ଯେ ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଳାରେ ଘଟିଥିବା ହିଂସାକାଣ୍ଡରେ ସେ ଆଦୌ ସଂପୃକ୍ତ ନାହାନ୍ତି। ଏହି ହିଂସାକୁ ନେଇ ସେ କୌଣସି ଷଡ଼ଯନ୍ତ୍ର କରିନାହାନ୍ତି କିମ୍ବା କାହା ସହ ଯୋଗାଯୋଗରେ ନଥିଲେ ବୋଲି କହିଛନ୍ତି। ଏ ନେଇ ପୁଲିସ ନିକଟରେ କୌଣସି ପ୍ରମାଣ ରହିଛି କି  ବୋଲି ହନିପ୍ରୀତ ପ୍ରଶ୍ନ କରିଛନ୍ତି।

ଫେରାର ହେବା ସଂପର୍କରେ ହନିପ୍ରୀତ କହିଛନ୍ତି ଯେ ତାଙ୍କ ବିରୋଧରେ ଯେଭଳି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପରିବେଷଣ ଆରମ୍ଭ ହେଲା ଏଥିରେ ସେ ମର୍ମାହତ ହୋଇପଡ଼ିଥିଲେ ଏବଂ ସ୍ଥିତି ସୁଧୁରିବାକୁ ଅପେକ୍ଷା କରିଥିଲେ।   ହନିପ୍ରୀତ କହିଛନ୍ତି  ଯେ ଜୀବନରେ ପିମ୍ପୁଡ଼ିଟିଏ ସେ ମାରିନାହାନ୍ତି କିନ୍ତୁ ତାଙ୍କ ବିରୋଧରେ ଏତେବଡ଼ ଦୋଷ ଲାଗିବା ଦ୍ୱାରା ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ଛନ୍ତି। ତେବେ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ସେ ନ୍ୟାୟ ପାଇବେ ବୋଲି ହନିପ୍ରୀତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe