ଜେଲ୍‌ରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ହନିପ୍ରୀତ୍‌

ଜେଲ୍‌ରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ହନିପ୍ରୀତ୍‌

Photo Courtesy of India Today

ଅମ୍ବାଲା: ଏଥର ଦୀପାବଳିରେ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କ ପରିବାର ତାଙ୍କୁ ହରିୟାନାର ଅମ୍ବାଲା ଜେଲ୍‌ରେ ଭେଟି ମହମବତି ଓ ମିଠା ଉପହାର ଦେଇଥିଲେ। ନିଜ ପରିବାରର ସଦସ୍ୟମାନଙ୍କୁ ଦେଖି ଡେରାମୁଖ୍ୟ ସଚ୍ଚା ସୌଦା ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହଙ୍କ ପୋଷ୍ୟା କନ୍ୟା କାନ୍ଦି ପକାଇ ଥିଲେ।

୩୫ ମିନିଟ୍‌ର ଏହି ସାକ୍ଷାତ୍‌ରେ ହନିପ୍ରୀତ୍‌ଙ୍କ ପିତାମାତା, ଭାଇ ଏବଂ ଭାଉଜ ତାଙ୍କୁ ଇଣ୍ଟର୍‌କମ୍‌ ଯୋଗେ ଜଣକ ପରେ ଜଣେ କଥା କହିଥିଲେ। ଜଣେ ଓକିଲ ମଧ୍ୟ ହନିପ୍ରୀତ୍‌ଙ୍କ ପରିବାର ସହ ଯାଇଥିଲେ। କିନ୍ତୁ ତାଙ୍କୁ ହନିପ୍ରୀତ୍‌ଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ନ ଥିଲା। ଅମ୍ବାଲା କେନ୍ଦ୍ରୀୟ ଜେଲ୍‌ର ୧୧ ନମ୍ବର ପ୍ରକୋଷ୍ଠରେ ହନିପ୍ରୀତ୍‌ଙ୍କୁ ରଖା ଯାଇଛି।

ବୁଧବାର ଦିନ ହନିପ୍ରୀତ୍‌ଙ୍କ ବାପା ରାମାନନ୍ଦ ତାନେଜା, ମାଆ ଆଶା, ଭାଇ ସାହିଲ୍‌ ଏବଂ ଭାଉଜ ସୋନାଲି ଅମ୍ବାଲା କେନ୍ଦ୍ରୀୟ କାରାଗାର ଯାଇ ତାଙ୍କୁ ଭେଟିଥିଲେ। ସେମାନେ ଜେଲ୍‌ରେ ଭେଟାଭେଟି ହେବାବେଳେ ଏକ ମୋଟା କାଚ କାନ୍ଥ ହନିପ୍ରୀତ୍‌ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୃଥକ୍‌ କରି ରଖିଥିଲା। ପରିବାର ଲୋକଙ୍କୁ ଦେଖି ହନିପ୍ରୀତ୍‌ ଭାବବିହ୍ଵଳ ହୋଇ କାନ୍ଦି ପକାଇ ଥିଲେ।

ପ୍ରାୟ ୩୫ ମିନିଟ ଧରି ହନିପ୍ରୀତ୍‌ଙ୍କ ପରିବାର ଇଣ୍ଟର୍‌କମ୍‌ ଜରିଆରେ ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ମହମବତି ଏବଂ ମିଠା ପ୍ୟାକେଟ୍‌ ଉପହାର ଦେଇଥିଲେ। ପ୍ରଥମେ ହନିପ୍ରୀତ୍‌ ସେ ସବୁ ଗ୍ରହଣ କରିବାକୁ ମନା କରୁଥିଲେ କିନ୍ତୁ, ପରେ ତାହା ଗ୍ରହଣ କରିଥିଲେ। ବଳଦେବ ନଗରର ଏସ୍‌ଏଚ୍‌ଓ ରଜନୀଶ ଯାଦବ ହନିପ୍ରୀତ୍‌ଙ୍କ ପରିବାରର ସଦସ୍ୟମାନଙ୍କର ପରିଚୟ ତନଖି କରିବା ପରେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe