ହନିପ୍ରୀତଙ୍କୁ ଜେଲରେ ମିଳୁଛି ଭିଆଇପି ସୁବିଧା : ମନ୍ତ୍ରୀଙ୍କୁ ଫେରାଦ ହେଲେ କଏଦୀ

ହନିପ୍ରୀତଙ୍କୁ ଜେଲରେ ମିଳୁଛି ଭିଆଇପି ସୁବିଧା : ମନ୍ତ୍ରୀଙ୍କୁ ଫେରାଦ ହେଲେ କଏଦୀ

ନୂଆଦିଲ୍ଲୀ: ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ୍‌ ସିର୍ସାରେ ହିଂସା ଭିଆଇଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ୧୮ ଦିନ ହେବ ଆମ୍ବାଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଜେଲ ଭିତରେ ହନିପ୍ରୀତ ରହିବା ଦିନଠାରୁ ତାଙ୍କୁ ଭିଆଇପି ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା କଥା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ହରିୟାଣା ଜେଲମନ୍ତ୍ରୀ କ୍ରିଷ୍ଣା ପନଓ୍ଵାର ସୋମବାର ଆମ୍ବାଲା ସେଣ୍ଟ୍ରାଲ ଜେଲ ପରିଦର୍ଶନରେ ଯାଇଥିଲେ। ଏହି ପରିଦର୍ଶନ ସମୟରେ ହନିପ୍ରୀତ ଜେଲ ଭିତରେ ପାଉଥିବା ଭିଆଇପି ସୁବିଧାକୁ ନେଇ କଏଦୀମାନେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଘଟଣା ଗଣମାଧ୍ୟମ ପାଖକୁ ଆସିଥିଲା।

କଏଦୀମାନେ ମନ୍ତ୍ରୀ କ୍ରିଷ୍ଣା ପନଓ୍ଵାରଙ୍କୁ ଅଭିଯୋଗ କରି କହିଥିଲେ, ଆମ୍ବାଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ହନିପ୍ରୀତଙ୍କୁ ଭେଟିବା ପାଇଁ ତାଙ୍କ ପରିବାରବର୍ଗ ଭାଇ ସାହିଲ ତନେଜା, ଭାଉଜ ସୋନାଲି, ଭିଣେଇ ସଞ୍ଜିତ ବଜାଜ ଓ ଭଉଣୀ ସେଣ୍ଟ୍ରାଲ ଜେଲକୁ ଆସିଥିଲେ। ହନିପ୍ରୀତଙ୍କ ପରିବାରବର୍ଗଙ୍କୁ ବି ଭିଆଇପି ସୁବିଧା ଯୋଗାଇ ଦିଆଯାଥିଲା। ତାଙ୍କ ପରିବାର ଏକ କାରରେ ସେଣ୍ଟ୍ରାଲ ଜେଲ ମୁଖ୍ୟ ଦ୍ୱାରରୁ ସିଧା ଜେଲ ପରିସର ଭିତରେ ପ୍ରବେଶ କରିଥିଲେ। ଏହି ସମୟରେ କେହି ତାଙ୍କୁ ଅଟକାଇବାକୁ ଚେଷ୍ଟା ବି କରି ନଥିଲେ। ତେବେ ଏହି ସୁବିଧା କେବଳ ପୁଲିସ ଗାଡ଼ିକୁ ହିଁ ଦିଆଯାଇ ଥାଏ । ହନିପ୍ରୀତଙ୍କୁ ଭିଆଇପି ସୁବିଧା ଦେବାରେ ଜେଲ ଅଧିକାରୀମାନେ ଏତେ ବ୍ୟସ୍ତ ଥିଲେ ଯେ ଦେଖା କରିବା ସମୟ ବିତି ଯାଇଥିଲେ ବି କେହି କିଛି କହୁ ନ ଥିଲେ।

publive-image Photo Courtesy of India Today

ତେବେ ଏହା ଅଭିଯୋଗକୁ କ୍ରିଷ୍ଣା ପାନଓ୍ଵାର ଖଣ୍ଡନ କରି କହିଥିଲେ, ଗୁରୁବାର ସନ୍ଧ୍ୟା ହନିପ୍ରୀତଙ୍କୁ ଭେଟିବାକୁ ଆସିଥିବା ପରିବାରବର୍ଗଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିଲା। ତେଣୁ ତାଙ୍କ ଗାଡ଼ିକୁ ଜେଲ ଭିତରକୁ ଆସିବାର ଅନୁମତି ଦିଆଯାଇଥିଲା।

କେବଳ ଏତିକି ନୁହେଁ, ହନିପ୍ରୀତଙ୍କ ଅନୁରୋଧ କ୍ରମେ ଜେଲ କ୍ୟାଣ୍ଟିନ୍‌ ମାଲିକ୍‌ ଘରୋଇ ଖାଦ୍ୟ ରାନ୍ଧି ହନିପ୍ରୀତଙ୍କୁ ଦେଉଛନ୍ତି। କାରଣ ଜେଲ ଖାଦ୍ୟ ହନିପ୍ରୀତଙ୍କୁ ଖାଇବାକୁ ଭଲ ଲାଗୁ ନାହିଁ। ଏତଦ୍‌ବ୍ୟତୀତ ଜେଲ ଭିତରେ ଥିବା ଅନ୍ୟ ପ୍ରଭାବଶାଳୀ କଏଦୀଙ୍କୁ ରହିବାକୁ ଭଲ କୋଠରି ଓ ଖାଇବାକୁ ରେସ୍ତୋରାଁ ଭଳି ଖାଦ୍ୟ ପ୍ରଦାନ କରାଯାଇଛି। ଏହି ଅଭିଯୋଗକୁ ବି ମନ୍ତ୍ରୀ କ୍ରିଷ୍ଣା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସମସ୍ତ କଏଦୀଙ୍କୁ ମାନୁଆଲ ଅନୁଯାୟୀ ଖାଦ୍ୟ ଖାଇବାକୁ ଦିଆଯାଉଛି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ହନିପ୍ରୀତଙ୍କୁ ଏଭଳି ଭିଆଇପି ସୁବିଧା ଦିଆଯାଉଥିବା ପଛର କାରଣ ହେଉଛି ଭାଜପା ସରକାର। ଡେରା କାରଣରୁ ତିନିବର୍ଷ ପୂର୍ବେ ପ୍ରଥମଥର ପାଇଁ ସରକର ଗଠନ ହୋଇ ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe