ଗିରଫ ପରେ ହନିପ୍ରୀତଙ୍କୁ ରାତି ୩ଟା ପର୍ଯ୍ୟନ୍ତ ଜେରା କରିଥିଲା ପୁଲିସ

Advertisment
ଗିରଫ ପରେ ହନିପ୍ରୀତଙ୍କୁ ରାତି ୩ଟା ପର୍ଯ୍ୟନ୍ତ ଜେରା କରିଥିଲା ପୁଲିସ

ndtv

ପଞ୍ଚକୁଲା: ଗୁରମିତ ରାମ ରହିମ ସିଂହଙ୍କ ପାଳିତ କନ୍ୟାଙ୍କୁ ହରିୟାଣା ପୁଲିସ ମଙ୍ଗଳବାର ଗିରଫ କରିଥିଲା। ଏହାପରେ ତାଙ୍କୁ ପଞ୍ଚକୁଲା ପୁଲିସ ଥାନାକୁ ଆଣି ରାତି ୩ଟା ପର୍ଯ୍ୟନ୍ତ ପଚରାଉଚରା ଜାରି ରଖିଥିଲା ପୁଲିସ।
ଗତକାଲି ରାତିରେ ହନିପ୍ରୀତଙ୍କ ମୁଣ୍ଡବଥା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ହନିପ୍ରୀତଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିଛି ବୋଲି କହିଥିଲେ। ଏହାପରେ ପୁଣିଥିରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣା ଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ହନିପ୍ରୀତ ବାବା ରାମ ରହିମଙ୍କର କାରନାମାର ପର୍ଦ୍ଦାଫାସ କରିବେ। ହନିପ୍ରୀତଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିବା ସହିତ ଦେଶଦ୍ରୋହର ଆରୋପ ଲାଗିଛି।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ହନିପ୍ରୀତ ଇନସାଙ୍କ ଅଗ୍ରିମ ଜାମିନ ପାଇଁ ଆବେଦନକୁ ଖରାଜ କରି ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ହନିପ୍ରୀତ ଆତ୍ମସମର୍ପଣ କରିବେ ବୋଲି ସ୍ଥିର କରିଥିଲା ବେଳେ ମଙ୍ଗଳବାର ପୁଲିସ ହାତରେ ଧରାପଡ଼ିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଅଗଷ୍ଟ ୨୫ରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ସିଂହ ରାମ ରହିମ ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦ବର୍ଷ ଜେଲଦଣ୍ଡ ଶୁଣାଇଥିଲ। ଏହି ଶୁଣାଣି ପରେ ବାବାଙ୍କ ପାଳିତକନ୍ୟା ହନିପ୍ରୀତ ଇନସା ଫେରାର ହୋଇଥିଲା। ହପିପ୍ରୀତଙ୍କ ନାମ ୪୩ଜଣ ଫେରାର ଆସାମୀଙ୍କ ତାଲିକାରେ ସାମିଲ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe