ପ୍ରଥମ ଦିନ ରାତ୍ରୀ ଭୋଜନ ନ ଖାଇ ଜେଲ୍‌ରେ ବିନିଦ୍ର ରଜନୀ କଟାଇଲେ ହନିପ୍ରୀତ୍‌

Advertisment
ପ୍ରଥମ ଦିନ ରାତ୍ରୀ ଭୋଜନ ନ ଖାଇ ଜେଲ୍‌ରେ ବିନିଦ୍ର ରଜନୀ କଟାଇଲେ ହନିପ୍ରୀତ୍‌

Photo Courtesy of TOI

ଅମ୍ବାଲା: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ପୋଷ୍ୟା କନ୍ୟା ପ୍ରିୟଙ୍କା ତାନେଜା ଓରଫ ହନିପ୍ରୀତ୍‌ ଶୁକ୍ରବାର ଦିନ ଅମ୍ବାଲା କେନ୍ଦ୍ରୀୟ କାରାଗାରରେ ବିନିଦ୍ର ରଜନୀ କଟାଇଛନ୍ତି। ସେ ରାତ୍ରୀ ଭୋଜନ ମଧ୍ୟ ଖାଇ ନ ଥିଲେ।
ଦେଶ ଦ୍ରୋହ ଅପରାଧରେ ଗିରଫ କରାଯିବା ପରେ ତାଙ୍କୁ ରିମାଣ୍ଡ୍‌ରେ ନିଆ ଯାଇଥିବା ଅବଧି ଶେଷ ହୋଇ ଯିବାରୁ ଶୁକ୍ରବାର ଦିନ ପଞ୍ଚକୁଳା ଅଦାଲତ ତାଙ୍କୁ ଜେଲ୍‌ ପଠାଇ ଥିଲେ। ତାଙ୍କର ସହଯୋଗିନୀ ସୁଖଦୀପ କୌର୍‌ ତାଙ୍କ ସାଥିରେ ଆସିଥିଲେ। ପୁଲିସ ତାଙ୍କୁ ସମୁଦାୟ ନଅ ଦିନି ରିମାଣ୍ଡ୍‌ରେ ନେଇଥିଲା। ରିମାଣ୍ଡ୍‌ ଅବଧି ଶେଷ ହେବା ପରେ ତାଙ୍କୁ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ରୋହିତ ଓ୍ଵାଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

publive-image Photo Courtesy of The Financial Express

ଜେଲ୍‌ରେ ପ୍ରଥମ ରାତିରେ ହନିପ୍ରୀତ୍‌ଙ୍କ ଭଲ ନିଦ ହୋଇ ନ ଥିଲା ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଜେଲ୍‌ରେ ମଶା ଦାଉରୁ ମଧ୍ୟ ସେ କଷ୍ଟ ପାଇଥିଲେ। ଅନ୍ତେବାସୀମାନଙ୍କୁ ତକିଆ ଦିଆଯିବା ନିଷେଧ ହୋଇଥିବା କାରଣରୁ ତାଙ୍କୁ ତକିଆଟିଏ ଦେବାକୁ ଜେଲ୍‌ କର୍ତ୍ତୃପକ୍ଷ ମନା କରି ଦେଇଥିଲେ। ଜିଲ୍ଲାରେ ହଜାର ହଜାର ଡେରା ଅନୁଗାମୀ ବସବାସ କରୁଥିବା କାରଣରୁ ହନିପ୍ରୀତ୍‌ ଏବଂ ଶୁଖଦୀପଙ୍କୁ ପୁଲିସ କଡ଼ା ନିରାପତ୍ତା ମଧ୍ୟରେ ପଞ୍ଚକୁଳାରୁ ଅମ୍ବାଲାକୁ ଆଣିଥିଲା।

ମିଳିଥିବା ସୂଚନା ଅନୁସାରେ ଉଭୟ ଅନ୍ତେବାସୀଙ୍କୁ କଡ଼ା ପହରା ମଧ୍ୟରେ ଜେଲ୍‌ର ମହିଳା ସେଲ୍‌ରେ ଅନ୍ୟ ମହିଳା ବନ୍ଦିନୀମାନଙ୍କ ଠାରୁ ଅଲଗା ରଖା ଯାଇଥିଲା। ସେମାନଙ୍କ ଉପରେ ନିଘା ରଖିବାକୁ ମହିଳା କନେଷ୍ଟବଳଙ୍କୁ ମଧ୍ୟ ମୁତୟନ କରାଯାଇଥିଲା।

publive-image Photo Courtesy of The Financial Express

ଶୁଣିବାକୁ ମିଳିଛି ଯେ ହନିପ୍ରୀତ୍‌ଙ୍କୁ ଜେଲ୍‌ ଅଣାଯିବା ପରେ ପରେ ସେ ଗୁରମୀତ୍‌ଙ୍କୁ ଭେଟିବା ନିମନ୍ତେ କର୍ତ୍ତୃପକ୍ଷମାନଙ୍କୁ ଭେଟିବା ନିମନ୍ତେ ଗୁହାରି କରିଥିଲେ। ଦୀର୍ଘ ଦିନ ହେବ ସେ ତାଙ୍କୁ ଭେଟି ନ ଥିବା ସେ କହିଥିଲେ।

ତାଙ୍କର ଡାକ୍ତରୀ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଦେହ ଭଲ ନାହିଁ ଏବଂ ନାଡ଼ୀର ବେଗ ବୃଦ୍ଧି ପାଇଛି ବୋଲି ହନିପ୍ରୀତ୍‌ କହିଥିଲେ। ଅର୍ଦ୍ଧକପାଳୀ ଏବଂ ଦେହ ଘୋଳାବିନ୍ଧା ହେଉଛି ବୋଲି ମଧ୍ୟ ହନିପ୍ରୀତ୍‌ କହିଥିଲେ।

publive-image Photo Courtesy of India Today

ଅମ୍ବାଲା ସିଭିଲ୍‌ ହସ୍‌ପିଟାଲ୍‌ରୁ ଆସିଥିବା ତିନି ଜଣ ଡାକ୍ତର ତାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଯାଞ୍ଚ କରିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ବୋଲି ଦର୍ଶା ଯାଇଥିଲା। ଡାକ୍ତର ଅର୍ପିତା ଗର୍ଗ ନାମ୍ନୀ ପାନେଲ୍‌ର ଜଣେ ଡାକ୍ତର କହନ୍ତି: ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଅଛି। ଚାପ ଯୋଗୁଁ ତାଙ୍କର ନାଡ଼ୀର ଗତି ବେଗ ବଢ଼ି ପାରି ଥାଇ ପାରେ।

publive-image

ଖବରରୁ ଜଣା ପଡ଼ିଛି ଯେ ହନିପ୍ରୀତ୍‌ ଏବଂ ସୁଖଦୀପ ପରସ୍ପର ଛଡ଼ା ଅନ୍ୟ କାହାରି ସହ କଥାବାର୍ତ୍ତା କରୁ ନ ଥିଲେ। ଉଭୟଙ୍କୁ ଶନିବାର ଭୋର୍‌ରେ ଜେଲ୍‌ କର୍ମଚାରୀମାନେ ଉଠାଇଲା ପରେ ତାଙ୍କୁ ଗାଧୋଇବାକୁ ନିଆଯାଇ ଥିଲା। ସକାଳ ଜଳଖିଆରେ ସେମାନଙ୍କୁ ଚା ଏବଂ ଦି’ ଖଣ୍ଡ ପାଉଁରୁଟି ଦିଆ ଯାଇଥିଲା।

ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe