ହନିପ୍ରୀତି ରାମ ରହିମଙ୍କ କନ୍ୟା ନୁହନ୍ତି ପତ୍ନୀ: ସାଧ୍ୱୀ

Advertisment
ହନିପ୍ରୀତି ରାମ ରହିମଙ୍କ କନ୍ୟା ନୁହନ୍ତି ପତ୍ନୀ: ସାଧ୍ୱୀ
ସିରସା: ଦୁଷ୍କର୍ମକାରୀ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତଙ୍କୁ ହରିୟାଣା ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରିବା ସହିତ ନେପାଳ ସୀମାରେ ଥିବା ବିହାର ସାତିଟି ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି। ମଙ୍ଗବଳାର ହନିପ୍ରୀତଙ୍କ ପୁରୁଣା ସାଙ୍ଗ ତଥା ପୂର୍ବ ସାଧ୍ୱୀ ଏକ ଆଶ୍ଚର୍ଯ୍ୟଜନକ କଥା ଗଣମାଧ୍ୟମକୁ କହିଛନ୍ତି ଯେ, ହନିପ୍ରୀତ ରାମ ରହିମଙ୍କ ପୋଷ୍ୟକନ୍ୟା ନୁହନ୍ତି ସେ ତାଙ୍କ ପତ୍ନୀ। ଗୁରମିତ ରାମ ରହିମଙ୍କ କୋଠରୀରେ ହନିପ୍ରୀତ ଅନେକ ସମୟରେ ରହିଥାଆନ୍ତି। ରାମ ରହିମଙ୍କ ପାଖରେ ହନିପ୍ରୀତ ପତ୍ନୀ ଭାବେ ରହୁଥିଲେ।
ଉଲ୍ଲେଖଯୋଗ୍ୟ, ଗୁରୁମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ରକୋର୍ଟ ୨୦ବର୍ଷ ଜେଲଦଣ୍ଡ ଶୁଣାଣି କରିବା ପରେ ହରିୟାଣା ପୁଲିସ ଡେରା ମୁଖ୍ୟାଳୟରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଏହି ସମୟରେ ହରିୟାଣା ପୁଲିସ ରାମ ରହିମଙ୍କ କଠୋରୀରୁ ବିଭିନ୍ନ ପ୍ରକାର ମେକ୍‌-ଅପ୍‌ ସାମଗ୍ରୀ, ଦାମୀ ସ୍ୟାଣ୍ଡେଲ, ପୋଷାକ, ଅଳଙ୍କାର ସହିତ ପେଗ୍‌ନେନ୍ସି  କିଟକୁ ଜବତ କରିଥିଲା ବୋଲି ସୂଚନା ମିଳିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe