୨୩ଟି ନୂଆ କରୋନାଭାଇରସ୍ ସଂକ୍ରମଣରୁ ଏକ ତୃତୀୟାଂଶ ଭାରତରୁ ଆସିଥିବା କହି ଏୟାର୍‌ଇଣ୍ଡିଆ ବିମାନ ନିଷେଧ କଲା ହଙ୍ଗ୍ କଙ୍ଗ୍

Advertisment
୨୩ଟି ନୂଆ କରୋନାଭାଇରସ୍ ସଂକ୍ରମଣରୁ ଏକ ତୃତୀୟାଂଶ ଭାରତରୁ ଆସିଥିବା କହି ଏୟାର୍‌ଇଣ୍ଡିଆ ବିମାନ ନିଷେଧ କଲା ହଙ୍ଗ୍ କଙ୍ଗ୍

Image Courtesy of Hindustan Times

ନୂଆଦିଲ୍ଲୀ: ହଠାତ୍ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ରିବିବାର ଦିନ ହଙ୍ଗ୍‌ କଙ୍ଗ୍ ସରକାର ଏୟାର୍‌ଇଣ୍ଡିଆର ବିମାନଗୁଡ଼ିକୁ ବାତିଲ କରିଥିବା କଥା ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି।

ବିମାନରେ ଆସୁଥିବା ଯାତ୍ରୀମାନେ କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏୟାର୍‌ଇଣ୍ଡିଆ ଏବଂ କ୍ୟାଥି ଡ୍ରାଗନ୍‌କୁ ହଙ୍ଗ୍‌ କଙ୍ଗ୍‌ ସ୍ବାସ୍ଥ୍ୟ ବିଭାଗ ବାତିଲ କରାଯାଇଥିବା କଥା ଅନେକ ଆଞ୍ଚଳିକ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି।

ଏକ ବିବୃତିରେ କ୍ୟାଥି ପେସିଫିକ୍ କହିଛି ଯେ, ସେପ୍ଟେମ୍ବର ୧୮ ତାରିଖ ଦିନ କୁଆଲା ଲମ୍ପୁରରୁ ହଙ୍ଗ୍‌ କଙ୍ଗ୍‌ ଯାତାୟାତ କରୁଥିବା କ୍ୟାଥି ଡ୍ରାଗନ୍ ବିମାନରେ ପାଞ୍ଚଜଣ ଭାରତୀୟ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲେ। ଅବଶ୍ୟ ସେ ପାଞ୍ଚଜଣ ଭାରତୀୟ ବିମାନ ଯାତ୍ରା ପୂର୍ବରୁ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟ୍‌ ନେଭେଟିଭ୍ ଆସିଥିବା ରିପୋର୍ଟ ଦାଖଲ କରିଥିଲେ। ପୂର୍ବରୁ ସେ ଯାତ୍ରୀମାନେ ଇଣ୍ଡିଆ ଏକ୍ସପ୍ରେସ୍ ବିମାନରେ ଆସିଥିଲେ।

publive-image Image Courtesy of Deccan Chronicle

ପ୍ରାୟ ମାସେ ପରେ ହଙ୍ଗ୍‌ କଙ୍ଗ୍‌ ସର୍ବୋଚ୍ଚ ସଂଖ୍ୟକ ନୂତନ ସଂକ୍ରମଣ ରେକର୍ଡ କରିଛି। ସ୍ବାସ୍ଥ୍ୟ ସୁରକ୍ଷା କେନ୍ଦ୍ର କହିବା ଅନୁସାରେ, ୨୩ଟି ନୂତନ ସଂକ୍ରମଣରୁ ଏକ ତୃତୀୟାଂଶ ହେଉଛି ନିକଟରେ ଭାରତରୁ ଆସିଥିବା ଯାତ୍ରୀମାନଙ୍କର। ମାତ୍ର ଚାରିଟି ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ଅଗଷ୍ଟ ମାସରେ ମଧ୍ୟ ହଙ୍ଗ୍ କଙ୍ଗ୍ ଏୟାର୍ ଇଣ୍ଡିଆ ଦ୍ବାରା ଚାଳିତ ବିମାନ ନିଷେଧ କରିଥିଲା। ସେସବୁ ଥିଲା ବନ୍ଦେ ଭାରତ ମିସନ୍‌ର ବିମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe