ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ରର ନିର୍ଦ୍ଦେଶ

Advertisment
ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ହଂକଂ ସରକାର ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ଏହି କମ୍ପାନିର କିଛି ମସଲାରେ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ ନେବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ର ନିର୍ଦ୍ଦେଶ ଦେଇଛି। କିନ୍ତୁ ଏନେଇ ଭାରତରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ।

ଖାଦ୍ୟ ନିରାପତ୍ତା କେନ୍ଦ୍ର ପକ୍ଷରୁ ପ୍ରକାଶ, "‌ ଏମଡିଏଚ ଏବଂ ଏଭରେଷ୍ଟ ମସଲାକୁ ନେଇ ଅନେକ ଦିନ ହେବ ଅଭିଯୋଗ ଆସୁଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ନିୟମିତ ଖାଦ୍ୟ ନୀରିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହା ଅଧୀନରେ ବଜାରରେ ଏମଡିଏଚ ଏବଂ ଏଭରେଷ୍ଟ ମସଲା ପ୍ରଡକ୍ଟ ନମୁନା ସଂଗ୍ରହ କରି ପରୀକ୍ଷା ନୀରିକ୍ଷା କରାଯାଇଥିଲା। ଏହି ପରୀକ୍ଷା ସମୟରେ ଏମଡିଏଚର ମାଡ୍ରାସ କରି ପାଉଡର, ସମ୍ବର ପାଉଡର ଓ କରି ପାଉଡର ସମେତ ଏଭରେଷ୍ଟର ଫିସ କରି ମସଲାରେ କୀଟନାଶକ, ଏଥିଲିନ୍ ଅକ୍ସାଇଡ୍ ରହିଥିବା ଜଣାପଡ଼ିଥିଲା।

ଏଥିଲିନ ଅକ୍ସାଇଡକୁ ଗ୍ରୁପ୍-୧ କାର୍ସିନୋଜେନ ଭାବେ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ବର୍ଗୀକୃତ କରିଛି।  ଏଥିଲିନ ଅକ୍ସାଇଡ ସ୍ତନ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଏସବୁ କାରଣ ଦର୍ଶାଇ  ନିକଟ‌ରେ ସିଙ୍ଗାପୁର ସରକାର ବି ଭାରତୀୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ବ୍ୟବସାୟୀମ‌ାନଙ୍କୁ ଯଥାଶୀଘ୍ର ବଜାରରୁ ଏଦୁଇ ସମଲା ସାମଗ୍ରୀ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe