Image Courtesy of India Today
ହଂକଙ୍ଗ୍: ଦକ୍ଷିଣ ଚୀନ୍ ସାଗରରେ ହଂକଙ୍ଗ୍ର ପ୍ରସିଦ୍ଧ ଭାସମାନ ରେସ୍ତୋରାଁ ‘ଜମ୍ବୋ’ ୧୦୦୦ ମିଟର୍ରୁ ଅଧିକ ବୁଡ଼ି ଯାଇଥିବାରୁ ତାକୁ ଉଠାଇବା କାର୍ଯ୍ୟ ଖୁବ୍ କଠିନ ହୋଇଯାଇଛି ବୋଲି ସୋମବାର ଦିନ କମ୍ପାନି ତରଫରୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ମୂଳ କମ୍ପାନି ‘ଆବେର୍ଦୀନ ରେସ୍ତୋରାଁ ଏଣ୍ଟର୍ପ୍ରାଇଜେସ୍’ ଘୋଷଣା କରିଛି ଯେ, ହଂକଙ୍ଗ୍ ନଗରୀରୁ ନୌକା ସହାୟତାରେ ଉକ୍ତ ‘ଜମ୍ବୋ’କୁ ଟାଣି ଟାଣି ଅଣାଯିବା ପରେ ପ୍ରତିକୂଳ ଅବସ୍ଥାରେ ପଡ଼ି ରବିବାର ଦିନ ଦକ୍ଷିଣ ଚୀନ୍ ସାଗର ଅନ୍ତର୍ଗତ ପାରାସେଲ୍ ଦ୍ବୀପ ନିକଟରେ ଓଲଟି ପଡ଼ିବାରୁ ସେଥିରେ ପାଣି ପଶି ଯାଇଥିଲା।
ଏବେ ସମୁଦ୍ର ଜଳରାଶିର ୧୦୦୦ ମିଟର୍ରୁ ଅଧିକ ଗଭୀରକୁ ଚାଲି ଯାଇଥିବାରୁ ‘ଜମ୍ବୋ’କୁ ଉଠାଇବା କାର୍ଯ୍ୟ କାଠିକାର ପାଠ ହୋଇଯାଇଛି ବୋଲି ବିବୃତିରେ ଉଲ୍ଲେଖ ଅଛି। ଏଥିପାଇଁ ଆମେ ଖୁବ୍ ଦୁଃଖିତ। କିନ୍ତୁ, ଭାଗ୍ୟକୁ କୌଣସି ‘ଜମ୍ବୋ’ର କୌଣସି କର୍ମଚାରୀ ଉକ୍ତ ଅଘଟଣରେ ଆହତ ହୋଇନାହାନ୍ତି। ରେସ୍ତୋରାଁକୁ ଯାଞ୍ଚ କରିବା ଲାଗି ମେରାଇନ୍ ଇଞ୍ଜିନୟର୍ମାନଙ୍କୁ ଅଣାଯାଇଛି।
Image Courtesy of Tribune Indiaପ୍ରାୟ ୧ ଦଶନ୍ଧି ଧରି ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ କୋଭିଡ୍-୧୯ ମହାମାରୀ ହେତୁ ୨୦୨୦ ମାର୍ଚ ମାସରେ ଉକ୍ତ ରେସ୍ତୋରାଁକୁ ବନ୍ଦ କରାଯାଇଥିଲା। ଏହାର ପରିଚାଳକ ‘ମେଲ୍କୋ ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍’ ଗତ ମାସରେ କହିଥିଲା କି, ୨୦୧୩ରୁ ବ୍ୟବସାୟ ଲାଭଜନକ ହେଉ ନ ଥିଲା। ପ୍ରାୟ ୧୨.୭ ନିୟୁତ ଡଲାର୍ କ୍ଷତି ହେଲାଣି।
ବିଶ୍ବର ବୃହତ୍ତମ ଭାସମାନ ରେସ୍ତୋରାଁ ଖ୍ୟାତି ପାଇବା ପରେ ଅନେକ ହଂକଙ୍ଗ୍ ଏବଂ ଆନ୍ତର୍ଜାତିକ ଚଳଚ୍ଚିତ୍ରରେ ରେସ୍ତୋରାଁ ‘ଜମ୍ବୋ କିଙ୍ଗ୍ଡମ୍’ର ଦୃଶ୍ୟ ରହିଛି। ରାଣୀ ଦ୍ବିତୀୟ ଏଲିଜାବେଥ୍, ଜିମ୍ମି କାର୍ଟର୍ ଏବଂ ଟମ୍ କ୍ରୁଜ୍ଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିମାନଙ୍କୁ ମଧ୍ୟ ଉକ୍ତ ରେସ୍ତୋରାଁ ଆପ୍ୟାୟିତ କରିଛି।
Follow Us