ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏଣିକି ବସ ଡ୍ରାଇଭର ସାବଧାନ ରହିବା ଉଚିତ। ଏଣିକି ଜୋର ହର୍ଣ୍ଣ ମାରିଲେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ। ରାଜଧାନୀ ଦିଲ୍ଲୀରେ ଏଭଳି ନୂଆ ନିୟମ ପ୍ରଚଳିତ ହେବାକୁ ଯାଉଛି। ଦିଲ୍ଲୀ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି। ଦିଲ୍ଲୀର ଆଇଏସବିଟି ଅଥାର୍ତ ଦିଲ୍ଳୀରୁ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ବସ ରହିବା ପାଇଁ ଉଦ୍ଦିଷ୍ଟ ଥିବା ବସ ଷ୍ଟାଣ୍ଡରେ ଏଭଳି ନିୟମ ଲାଗୁ କରାଯାଇଛି। ଯଦି ବସଷ୍ଟାଣ୍ଡରେ ଡ୍ରାଇଭର ଅଧିକ ଜୋରରେ ହର୍ଣ୍ଣ ବଜାଏ ତେବେ ଏଥିପାଇଁ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ। କେବଳ ହର୍ଣ୍ଣ ପାଇଁ ନୁହେଁ ଯଦି କୌଣସି ବସ୍ କଣ୍ଡକ୍ଟର ଜୋର ପାଟିରେ ଯାତ୍ରୀଙ୍କୁ ତାଙ୍କ ବସରେ ବସିବା ପାଇଁ ଡାକେ ତେବେ ୧୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। ସେ ଶବ୍ଦ ପ୍ରଦୂଷଣ ହେଉ ଅବା ବାୟୁ ପ୍ରଦୂଷଣ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଶବ୍ଦ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି।
ଏହାପୂର୍ବରୁ ଦିଲ୍ଳୀରେ ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟ ଦିପାବଳୀରେ ଦିଳ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ। ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି। ପ୍ରତିବର୍ଷ ଦୀପାବଳିରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଥାଏ। ତେଣୁ ଦିଲ୍ଲୀ ସହରରୁ ପ୍ରଦୂଷଣର ମାତ୍ରା କମ କରିବାକୁ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ।
Follow Us