‘ହର୍ଣ୍ଣବିଲ୍‌ ଫେଷ୍ଟିଭାଲ୍‌’ ସ୍ଥଗିତ, ନାଗାଲାଣ୍ଡ୍‌ ସାଧାରଣ ନାଗରିକ ମୃତ୍ୟୁ ଘଟଣା ତଦନ୍ତ ପାଇଁ ‘ଏସ୍‌ଆଇଟି’ ଗଠନ

Advertisment
‘ହର୍ଣ୍ଣବିଲ୍‌ ଫେଷ୍ଟିଭାଲ୍‌’ ସ୍ଥଗିତ, ନାଗାଲାଣ୍ଡ୍‌ ସାଧାରଣ ନାଗରିକ ମୃତ୍ୟୁ ଘଟଣା ତଦନ୍ତ ପାଇଁ ‘ଏସ୍‌ଆଇଟି’ ଗଠନ

Image Courtesy of VATA News

ନୂଆଦିଲ୍ଲୀ: ଗତ ସନ୍ଧ୍ୟାରେ ନାଗାଲାଣ୍ଡ୍‌ର ମୋନ୍ ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଯବାନଙ୍କ ସମେତ ଅନ୍ୟୂନ୧୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଘଟଣାକୁ ଦୁଃଖଦାୟକ କହି ସେନା କହିଛି ଯେ, ଏହାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଦୁଃଖଦ ଘଟଣା ପରେ କୋହିମାର ପ୍ରସିଦ୍ଧ ‘ହର୍ଣ୍ଣବିଲ୍‌ ଉତ୍ସବ’ ସ୍ଥଗିତ ରଖାଯାଇଛି।

ସ୍ଥାନୀୟ ସୂତ୍ରରୁ ପ୍ରାପ୍ତ ବିବରଣୀ ଅନୁସାରେ, ଘଟଣାଟି ଶନିବାର ଅପରାହ୍ଣ ୪ଟାରେ ଘଟିଛି। ଓଟିଙ୍ଗ୍‌ ଗାଁର କେତେକ ଦିନ ମଜୁରିଆ ଗୋଟାଏ କୋଇଲା ଖଣିରୁ ପିକ୍‌-ଅପ୍‌ ଭ୍ୟାନ୍‌ ଯୋଗେ ଫେରୁଥିବା ବେଳେ ନିରାପତ୍ତା ବଳ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସ୍ବାଭାବିକ ସମୟ ଠାରୁ ଅନେକ ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ଗାଁକୁ ଫେରିବାକୁ ଥିବା କେତେକ ମଜୁରିଆ ନ ଫେରିବାରୁ ଗ୍ରାମବାସୀମାନେ ସେମାନଙ୍କୁ ଖୋଜିବାକୁ ଯାଇ ଗାଡ଼ିରେ ସେମାନଙ୍କ ଦେଖିଲେ।

publive-image Image Courtesy of News18

ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ନିରାପତ୍ତାବଳଙ୍କୁ ଘେରିଯାଇ ସେମାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆତ୍ମରକ୍ଷା କରିବାକୁ ବାଧ୍ୟ ହୋଇ ନିରାପତ୍ତା ବଳ ଗୁଳି ଚଳାଇବାରୁ ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରୁ ପରସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ଏ ସଂକ୍ରାନ୍ତରେ ବିବୃତି ଦେଇ ନାଗାଲାଣ୍ଡ୍‌ ରାଜ୍ୟପାଳ ଜଗଦୀଶ ମୁଖୀ କହିଛନ୍ତି ଯେ, ଗୁଳିକାଣ୍ଡର ତଦନ୍ତ ପାଇଁ ‘ସ୍ବତନ୍ତ୍ର ତଦନ୍ତ ଦଳ’ (ଏସ୍‌ଆଇଟି) ଗଠନ କରାଯାଇଛି। ‘ଏସ୍‌ଆଇଟି’ ଏହି ଘଟଣାକୁ ସବୁ ଦିଗରୁ ତଦନ୍ତ କରିବ। ଶାନ୍ତି ବଜାୟ ରଖିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe