ପ୍ରେମ ପାଇଁ ବୀଭତ୍ସ ହତ୍ୟା: ଇଂଜିନିୟରିଂ ଛାତ୍ରଙ୍କୁ ଏସିଡ୍‌ ପକାଇ ଜାଳିଦେଲେ

Advertisment
ଯୁବକଙ୍କ ରହସ୍ୟଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

Image Courtesy of NDTV

ବରେଲି: ଉତ୍ତରପ୍ରଦେଶର ବରେଲିରେ ଅତି ଜଘନ୍ୟ କାଣ୍ଡ ଘଟିଛି। ପ୍ରେମ ପାଇଁ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖାଲି ହତ୍ୟା ନୁ‌ହେଁ , ହତ୍ୟା ପୂର୍ବରୁ ତାଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଛି ଏବଂ ତାଙ୍କ ମୁହଁରେ ଏସିଡ୍‌ ପକାଇ ଜାଳି ଦିଆଯାଇଛି। ମୋରାଦାବାଦର ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ର ସୁଧୀର ସାଇନି ବରେଲିରେ ଏକ ଇଂଜିନିୟରିଂ କଲେଜ୍‌ରେ ପଢ଼ନ୍ତି। ପ୍ରେମ ତାଙ୍କ ପାଇଁ କାଳ ହେଲା। ପ୍ରେମିକାର ପରିବାର ସଦସ୍ୟ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି।

ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସାଇନି ଘରୁ କଲେଜ୍‌ ବାହାରିଥି‌ଲେ। କିନ୍ତୁ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବାପରେ ମଧ୍ୟ ପାଇନଥିଲେ। ସାଇନିଙ୍କ ମର ଶରୀର ମୋରାଦାବାଦର ମୁଣ୍ଢା ପାଣ୍ଡେ ଅଞ୍ଚଳର ଏକ ପଡ଼ିଆରୁ ମିଳିଥିଲା। ସାଇନିଙ୍କ ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ତାଙ୍କୁ ଚିହ୍ନି ହୋଇନଥିଲା। ତେବେ ତାଙ୍କ ମର ଶରୀର ନିକଟରୁ ତାଙ୍କ ଇଂଜିନିୟରିଂ କଲେଜର କାର୍ଡ ମିଳିଥିଲା। ଏହାଦ୍ବାରା ପୁଲିସ ତାଙ୍କୁ ଚିହ୍ନଟ କରିଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲା। ସାଇନିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ସେ ଯାହାକୁ ଭଲପାଉଥିଲେ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ହତ୍ୟା କରିଛନ୍ତି। ସାଇନିଙ୍କ ପ୍ରେମିକାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାବତ ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି। ଅଭିଯୁକ୍ତମାନେ ସାଇନିଙ୍କୁ ହତ୍ୟା କରିବାପରେ ସମସ୍ତ ପ୍ରମାଣ ନଷ୍ଟ କରିଦେଇଛନ୍ତି। ଏନେଇ ମଧ୍ୟ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe