ପେଟ୍ରୋଲ ପମ୍ପରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ହଠାତ ଚଟାଣ ଭୁଶୁଡ଼ି ପଡ଼ିବାରୁ ଘଟଲା ଏମିତି ଘଟଣା

ପେଟ୍ରୋଲ ପମ୍ପରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ହଠାତ ଚଟାଣ ଭୁଶୁଡ଼ି ପଡ଼ିବାରୁ ଘଟଲା ଏମିତି ଘଟଣା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। କିନ୍ତୁ ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଦେଖି ଲାଗୁଛି କି, ମଣିଷ ଜୀବନ ସହିତ କେତେବେଳେ ଯେ କ’ଣ ଘଟିବ ତାହା କେହି କହି ପାରିବେ ନାହିଁ।

ଭିଡିଓରେ ଆପଣ ଦେଖିପାରିବେ ଯେ ପେଟ୍ରୋଲ ପମ୍ପର କର୍ମଚାରୀମାନେ ପେଟ୍ରୋଲ ନେବାକୁ ଆସିଥିବା ଲୋକଙ୍କ ଗାଡିରେ ତେଲ ପକାଉଛନ୍ତି। ଏହି ସମୟରେ ଅନେକ ଗ୍ରାହକ ପେଟ୍ରୋଲ ପମ୍ପରେ ଠିଆ ବି ହୋଇଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ଗ୍ରାହକଙ୍କ ଫୋନକୁ କଲ ଆସିବାରୁ ‌ସେ କଥା ହୋଇହୋଇ ଆସିବା ସମୟରେ ହଠାତ ଚଟାଣ ଭୁଶୁଡ଼ି ପଡିଥିଲା। ଆଉ ସେଥିରେ ଖସି ପଡ଼ିଥିଲେ।

ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପେଟ୍ରୋଲ ପମ୍ପ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଆଗେଇ ଯାଇଥିଲେ। | ତେବେ ଉକ୍ତ ବ୍ୟକ୍ତିଙ୍କ ସହିତ ସେହି ଗାଢ଼ାରେ ଦୁଇଜଣ ପେଟ୍ରୋଲ ପମ୍ପ କର୍ମଚାରୀ ପଡ଼ି ଯାଇଥିଲେ।

ଭିଡିଓଟି @Warped ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି | ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା କେଉଁ ସ୍ଥାନର ତାହା ଜଣାପଡ଼ି ନାହିଁ। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ଏଭଳି ଭାବେ ହଠାତ କେମିତି ଚଟାଣା ଭୁଶୁଡ଼ି ଗଲା ସେ ନେଇ ତଦନ୍ତ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe