କୁମ୍ଭମେଳା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା: ‌ଶେଷ ହୋଇଗଲା ଗୋଟିଏ ପରିବାର

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୩୧କିମି ମାଇଲ ଷ୍ଟୋନ ନିକଟରେ ଭୟାବହ ଦୁର୍ଘଟଣା। ଟ୍ରକ ଭିତରେ ପଶିଗଲା କାର। ଘଟଣାସ୍ଥଳରେ ୪ଜଣ ସଦସ୍ୟଙ୍କ ଉଡ଼ିଗଲା ପ୍ରାଣବାୟୁ। ଶେଷ ହୋଇଗଲା ପୁରା ପରିବାର।

ଅଦ୍ୟତନ ହୋଇଛି
ଦନଦ

ନୂଆଦିଲ୍ଲୀ: ଆଗ୍ରା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ମିନି ଟ୍ରକ୍ ଭିତରେ ପଶିଯାଇଥିଲା। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ଚାରିଜଣଙ୍କ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। 
 

ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀର ଏକ ପରିବାର ପ୍ରୟାଗରାଜର ମହାକୁମ୍ଭ ମେଳା ଦେଖି ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା କାରଟି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୩୧କିମି ମାଇଲ ଷ୍ଟୋନ ନିକଟରେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ଆଖିପିଛୁଳାକେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। 

ମୃତକଙ୍କ ମଧ୍ୟରେ ଦିଲ୍ଲୀର ଉତ୍ତମ ନଗରର ବାସିନ୍ଦା ଓମ ପ୍ରକାଶ ଆର୍ଯ୍ୟ (୪୧), ତାଙ୍କ ପତ୍ନୀ ପୂର୍ଣ୍ଣିମା ସିଂହ (୩୪), ଝିଅ ଅହାନା (୧୨) ଏବଂ ପୁଅ ବିନାୟକ (୪) ରହିଛନ୍ତି। 

ସ୍ଥାନୀୟଲୋକଙ୍କ କହିବାନୁସାରେ,  କାରଟି ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଖାଇଥିଲା। ଏହାପରେ କାରଟି ଏକ୍ସପ୍ରେସୱେର ଅନ୍ୟ ଲେନରେ ପହଞ୍ଚିଯାଇଥିଲା। ଏହି ସମୟରେ କାରଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସହିତ ଧକ୍କା ହୋଇ ଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ  ବିସ୍ଫୋରଣ ହୋଇ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe