ୟୁକ୍ରେନ ଉପରେ ଭୟାବହ ଆକ୍ରମଣ

ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। କିବ୍‌କୁ ଟାର୍ଗେଟ୍‌ କରି ହୋଇଥିବା ଏହି ଭୟାନକ ଆକ୍ରମଣରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ରୁଷ୍‌ର ଡ୍ରୋନ୍‌...

Untitled-8

କିବ୍‌: ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। କିବ୍‌କୁ ଟାର୍ଗେଟ୍‌ କରି ହୋଇଥିବା ଏହି ଭୟାନକ ଆକ୍ରମଣରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ରୁଷ୍‌ର ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୩ ଶିଶୁଙ୍କ ସମେତ ୧୪ ନାଗରିକଙ୍କ ମୃତ୍ୟୁ ହୋଇଛି।  ଏହି ଆକ୍ରମଣରେ ଶତାଧିକ ଆହତ ହୋଇଛନ୍ତି। ଏକ କିଣ୍ଡରଗାର୍ଟେନ ସମେତ ଅନେକ ଘରେ ନିଆଁ ଲାଗି ଯାଇଛି। ବୁଧବାର ରୁଷ୍ ୟୁକ୍ରେନର ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍‌ ଆକ୍ରମଣ କରିଥିବାବେଳେ ଲକ୍ଷାଧିକ ଘରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା।

ଗୁରୁବାର ରୁଷ୍‌ ୬୦୦ରୁ ଅଧିକ ଡ୍ରୋନ୍‌, ୩୦ରୁ ଅଧିକ ବାଲିଷ୍ଟିକ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଚଳିତ ମାସର ଏହା ରୁଷ୍‌ର ସବୁଠୁ ବଡ଼ ଆକ୍ରମଣ। ୟୁକ୍ରେନ ସାମରିକ ପ୍ରଶାସନ ମୁଖ୍ୟ ତିମୁର୍ ତାଚେଙ୍କୋଙ୍କ ସୂଚନାନୁଯାୟୀ, ରୁଷ୍  କିବ୍‌ର ୨୦ରୁ ଅଧିକ ସ୍ଥାନରେ ଆକ୍ରମଣ କରିଥିଲା। ଦାର୍ନିସ୍କି ଜିଲାରେଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ ଘର ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏହା ଧ୍ବଂସସ୍ତୂପରେ ପରିଣତ ହୋଇଛି। ୧୨୦ରୁ ଅଧିକ ଲୋକ ସେହି କୋଠାରେ ରହୁଥିବାବେଳେ ବହୁ ଲୋକ ଧ୍ବଂସାବଶେଷ ତଳେ ଫସି ରହିଥିବା ଅନୁମାନ କରାଯାଉଛି। 

ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଶାନ୍ତି ଆଲୋଚନା ବଦଳରେ ପୁଟିନ କ୍ଷେପଣାସ୍ତ୍ର ବାଛିଛନ୍ତି। ରୁଷିଆ ଉପରେ ଅଧିକ କଟକଣା ଲଗାଇବାକୁ ସେ ଆନ୍ତର୍ଜାତିକ ସମୁଦାୟକୁ ଅନୁରୋଧ କରିଛନ୍ତି। ବିଶେଷକରି ଚୀନ୍‌ ପକ୍ଷରୁ ଏହାକୁ କଡ଼ା ନିନ୍ଦା କରାଯିବ ବୋଲି ଜେଲେନସ୍କି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି  ଅସ୍ତ୍ର ବିରତି ପାଇଁ ଚୀନ ପକ୍ଷରୁ ବାରମ୍ବାର କୁହାଯାଉଛି। କିନ୍ତୁ ଏହା ରୁଷ୍ ପାଇଁ  ସମ୍ଭବ ହୋଇପାରୁନି। ହଙ୍ଗେରୀ ମଧ୍ୟ ଶିଶୁଙ୍କ ହତ୍ୟାକୁ  ନିନ୍ଦା କରିଆସୁଛି।  ରୁଷ୍‌ର ଏହି ଆକ୍ରମଣରେ କିବ୍‌‌ରେ ଥିବା ୟୁରୋପୀୟ ସଂଘ ପ୍ରତିନିଧିଙ୍କ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ବ୍ରିଟିଶ କାଉନସିଲ କୋଠା ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe