କରୋନା ପଜିଟିଭ ଚିହ୍ନଟ ହେଲେ ୬୮ଜଣ ଡାକ୍ତର ଓ ନର୍ସ 

Advertisment
କରୋନା ପଜିଟିଭ ଚିହ୍ନଟ ହେଲେ ୬୮ଜଣ ଡାକ୍ତର ଓ ନର୍ସ 

ନୂଆଦିଲ୍ଲୀ: ସ୍ପେନର ଏକ ହସ୍ପିଟାଲର ଆଇସିୟୁରେ କାମ କରୁଥିବା ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୮ଜଣ ନର୍ସ ଓ ଡାକ୍ତର ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା ପରେ ଡାକ୍ତର ଓ ନର୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ସୂଚନାଯୋଗ୍ୟ, ମଲାଗା ୟୁନିଭର୍ସିଟି ରିଜନଲ ହସ୍ପିଟାଲରେ ୬୮ଜଣ ମେଡିକାଲ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉକ୍ତ ଡାକ୍ତର ଓ ନର୍ସ ଡିସେମ୍ବର ୧ ତାରିଖରେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ‌ସେଠାରେ ଏକାଠି ୧୭୩ଜଣ ଉପସ୍ଥିତ ଥିଲେ।

ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଯେଉଁ ଲୋକମାନେ ପାର୍ଟିରେ ଯୋଗ ଦେଇଥିଲେ ସେମାନେ ଆଣ୍ଟିଜେନ ଟେଷ୍ଟ କରିବା ସହିତ ତୃତୀୟ ବୁଷ୍ଟର ଟିକା ବି ନେଇଥିଲେ। ସଂକ୍ରମଣର ଅନ୍ୟ ସମ୍ଭାବିତ ସ୍ରୋ‌ତ କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଇବା ବ୍ୟବସ୍ଥା ବି ହୋଇପାରେ। ସଂକ୍ରମିତ ଡାକ୍ତର ଓ ନର୍ସଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe