ଭେଣ୍ଟିଲେଟରରେ ଭୟଙ୍କରକାଣ୍ଡ: ଅଚେତ ଅବସ୍ଥାରେ ରୋଗୀଙ୍କୁ ଛାଡିଲେନି ହସ୍ପିଟାଲ କର୍ମଚାରୀ, ଆଇସିୟୁ ବେଡରେ ଯୌନ ଶୋଷଣ...

rape in icu

Photograph: (Sambad.in)

ଚଣ୍ଡିଗଡ଼: ହରିୟାଣା ହସ୍ପିଟାଲରେ ହରର । ଭେଣ୍ଟିଲେଟରରେ ଘଟିଛି ଭୟଙ୍କରକାଣ୍ଡ ଆଉ ଆଇସିୁ ବେଡରେ ରୋଗୀଙ୍କୁ ଦିଆଯାଇଛି ଯୌନଯାତନା । ଭେଣ୍ଟିଲେଟରରେ ରୋଗୀ ଭାବେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେଜଙ୍କୁ ଦୁଷ୍କର୍ମ କରିଛି ସେହି ହସ୍ପିଟାଲର ଜଣେ କର୍ମଚାରୀ । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ୪୬ ବର୍ଷୀୟା ଏୟାର ହଷ୍ଟେଜ ଜଣଙ୍କ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ ଏବଂ ସେ ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରଦିନ ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ତେବେ ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ହସ୍ପିଟାଲ କର୍ମଚାରୀ ଜଣଙ୍କ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ ଏବଂ ତାଙ୍କ ଶରୀରରେ ଅଶାଳୀନ ସ୍ପର୍ଶ କରିଥିଲେ ଯାହା ମହିଳା ଜଣଙ୍କ ଜାଣିପାରୁଥିଲେ ମାତ୍ର ସେ ତାଙ୍କ ଶରୀର ଚଳପ୍ରଚଳ ପାଇଁ ଅକ୍ଷମ ଥିବାରୁ ନା ସେ ଚିତ୍କାର କରି କାହାକୁ ଡାକି ପାରୁଥିଲେ ନା ପ୍ରତିବାଦ କରିପାରୁଥିଲେ । ଅସହାୟ ଅବସ୍ଥାରେ ଥିବା ଏୟାର ହଷ୍ଟେଜଙ୍କୁ ଆଇୟିସୁରେ ଯୌନ ଯାତନା ଦେଇଚାଲିଥିଲା ଯୌନ ପିପାଷୁ ହସ୍ପିଟାଲ କର୍ମଚାରୀ ।

ତେବେ ମହିଳା ଜଣଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରେ ସ୍ବାମୀଙ୍କୁ ସବୁ କଥା କହିଥିଲେ । ପରେ ସ୍ବାମୀଙ୍କ ସହ ଯାଇ ଥାନାରେ ଏକ ଲିଖିତ ମାମଲା ଦାଏର କରିବା ପରେ ପୋଲିସ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରୁଛି । ତେବେ ଡାକ୍ତରଖାନାକୁ ଲୋକେ ଜୀବନ ବଞ୍ଚାଇବାକୁ ଯାଆନ୍ତି, ଜୀବନ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ଭାବନ୍ତି ହେଲେ ଯଦି ସେଠି ଏଭଳି ଜଘଣ୍ୟକାଣ୍ଡ ହେବ ଆଉ ଯଦି ସେଠାରେ ଏମିତି ଯୌନ ରାକ୍ଷସ ମାତିବେ ତାହାଲେ ଲୋକେ ହସ୍ପିଟାଲ ବି ଯିବାକୁ ଡରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe