‘ଟିମ୍‌-ବିଲ୍‌ଡିଙ୍ଗ୍‌ ଏକ୍ସର୍‌ସାଇଜ୍‌’ ବେଳେ ସୁଇଜର୍‌ଲାଣ୍ଡ୍‌ରେ ଜଳନ୍ତା କୋଇଲା ଉପରେ ଚାଲି ୨୫ ଆହତ: ରିପୋର୍ଟ

Advertisment
‘ଟିମ୍‌-ବିଲ୍‌ଡିଙ୍ଗ୍‌ ଏକ୍ସର୍‌ସାଇଜ୍‌’ ବେଳେ ସୁଇଜର୍‌ଲାଣ୍ଡ୍‌ରେ ଜଳନ୍ତା କୋଇଲା ଉପରେ ଚାଲି ୨୫ ଆହତ: ରିପୋର୍ଟ

ନୂଆଦିଲ୍ଲୀ: ସୁଇଜର୍‌ଲାଣ୍ଡ୍‌ରେ ‘ଟିମ୍‌-ବିଲ୍‌ଡିଙ୍ଗ୍‌ ଏକ୍ସର୍‌ସାଇଜ୍‌’ ବେଳେ ଜଳନ୍ତା କୋଇଲା ଶଯ୍ୟାରେ ଚାଲି ଆହତ ହୋଇଥିବା ୨୫ଜଣ ଲୋକ ସମ୍ପ୍ରତି ଚିକିତ୍ସାଧୀନ ଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି।

ଘରୋଇ ଭାବେ ଆୟୋଜିତ ଏହି ନିଆଁରେ ଚାଲିବା (ଝାମୁଯାତ୍ରା ପରି) କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଜୁରିକ୍‌ ଦ୍ରଦ ନିକଟରେ ଥିବା ଗୋଟାଏ ଦ୍ବୀପରେ ଆୟୋଜିତ ହୋଇଥିଲା ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଉକ୍ତ ଦ୍ବୀପକୁ ତୁରନ୍ତ ‘ଏମର୍ଜେନ୍‌ସି ସର୍ଭିସ୍‌’କୁ ଡକାଯାଇ ପୋଡ଼ା ଘା’ ଯୋଗୁଁ ସାଙ୍ଘାତିକ ହୋଇଯାଇଥିବା ୧୩ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାକି ଆହତମାନଙ୍କର ଚିକିତ୍ସା ଘଟଣାସ୍ଥଳରେ ହିଁ କରାଯାଇଥିଲା।

publive-image Image Courtesy of Dreamstime

‘ବିବିସି’ ରିପୋର୍ଟ ଅନୁସାରେ, ୧୦ଟି ଆମ୍ବୁଲାନ୍‌ସ୍‌ ସହିତ ଏମର୍ଜେନ୍‌ସି ରେସ୍‌ପନ୍‌ସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ କହିଛି, ଏକାଧିକ ମିଟର୍‌ ଲମ୍ବ ଉକ୍ତ ଜ୍ବଳନ୍ତ କୋଇଲା ଶଯ୍ୟା ଉପରେ ଉକ୍ତ ଗ୍ରୁପ୍‌ର ସଦସ୍ୟମାନେ ଚାଲିବା ପରେ ପରେ ଯନ୍ତ୍ରଣା ଅନୁଭବ କରିଥିଲେ। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇ ତଦନ୍ତ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଅଥବା କିଏ ସେ ‘ଟିମ୍‌-ବିଲ୍‌ଡିଙ୍ଗ୍‌ ଏକ୍ସର୍‌ସାଇଜ୍‌’ ଆ‌ୟୋଜନ କରିଥିଲେ ସେ ବିଷୟରେ ସୁନିଶ୍ଚିତ ଭାବେ କିଛି ଜଣାପଡ଼ିନାହିଁ।

publive-image Image Courtesy of NDTV

କିନ୍ତୁ, ଜର୍ମାନ୍‌ ଭାଷାର ସମ୍ବାଦପତ୍ର ‘ବ୍ଲିକ୍‌’ର ସୁଇଜର୍‌ଲାଣ୍ଡ୍‌ ଶାଖା କହିଛି ଯେ, ‘ଗୋଲ୍‌ଡ୍‌ବ୍ୟାଚ୍‌’ ନାମରେ ଗୋଟାଏ ବିଜ୍ଞାପନ ମାର୍କେଟିଙ୍ଗ୍‌ କମ୍ପାନି ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ସେଥିରେ ସମୁଦାୟ ୧୫୦ଜଣ ଅଂଶ ଗ୍ରହଣକାରୀ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, କେତେକ ପାଠ୍ୟକ୍ରମରେ ଜ୍ବଳନ୍ତ କୋଇଲା ଶଯ୍ୟା ଉପରେ ଚାଲିବା ହେଉଛି ଏକ ପ୍ରକାର ‘ମୋଟିଭେସ୍‌ନାଲ୍‌ ଏକ୍ସର୍‌ସାଇଜ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe