ଆଉ ଗୋଟିଏ ଅଣ୍ଡା ମାଗିବାରୁ ୪ ବର୍ଷିୟ ପିଲା ଉପରେ ଗରମ ଖିଚିଡ଼ି ଅଜାଡ଼ିଦେଲେ ଦିଦି

Advertisment
୩ଟି ଅଣ୍ଡା ପାଇଁ ବଲିଉଡ ସଂଗୀତ ନିର୍ଦ୍ଦେଶକ ଶେଖର ଦେଲେ ୧୬୭୨ ଟଙ୍କା

ବରେହାମ୍‌ପୁର: ଶୁକ୍ରବାର ଦିନ ପଶ୍ଚମବଙ୍ଗର ମୁର୍ସିଦାବାଦର ରଘୁନାଥଗଞ୍ଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ଏକ ଶିଶୁବିକାଶ କେନ୍ଦ୍ରରେ ଜଳଖିଆ ପରିବେଷଣ ସମୟରେ ଜଣେ ଚାରି ବର୍ଷିୟ ବାଳକ ଅଧିକ ଗୋଟାଏ ଅଣ୍ଡା ମାଗିବାରୁ ତା’ ଦେହରୁ ପୋଷାକ ଓହ୍ଲାଇ ଜଣେ ମହିଳା କର୍ମଚାରୀ ଗରମ ଖିଚିଡ଼ି ଅଜାଡ଼ି ଦେଇଛନ୍ତି।

ରଘୁନାଥଗଞ୍ଜ ଥାନାର ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର୍‌ ଚିନ୍ମୟ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସେହାରି ବାଓ୍ଵା ନାମ୍ନା ସେ ମହିଳାଙ୍କ ବିରୋଧରେ ଶନିବାର ଦିନ ଲିଖିତ ଅଭିଯୋଗ କରାଯାଇଛି। ସେ ନିରୁଦ୍ଦେଶ ହୋଇଯାଇଛି। ଗୋଡ଼ ଓ କମର ପୋଡ଼ି ଯାଇଥିବା ସେ ପିଲାଟିକୁ ଜଗ୍ନିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖିଦିରପୁର ଗାଁ’ରେ ଅବସ୍ଥିତ ସେ କେନ୍ଦ୍ର ହେଉଛି ସମନ୍ଵିତ ଶିଶୁ ବିକାଶ ଯୋଜନାର ଅଂଶ। ସେଠାରେ ଛଅ ବର୍ଷ ଯାଏଁ ପିଲାଙ୍କୁ ପୋଷକ ଆହର, ପ୍ରତିଷେଧକ ଟିକା ଏବଂ ପ୍ରାକ୍‌-ସ୍କୁଲ୍‌ ଏବଂ ଅଣଆନୁଷ୍ଠାନିକ ଶିକ୍ଷା ଦିଆଯାଏ। କର୍ମସଂସ୍ଥାନ ପାଇଁ ପ୍ରଶାସନ ସ୍ଥାନୀୟ ମହିଳାମାନଙ୍କୁ ତାଲିମ ଦେଇ ଏହି କେନ୍ଦ୍ରଗୁଡ଼ିକୁ ଚଳାଉଛନ୍ତି। କାନୁପୁର ଗାଁ’ରେ ବସବାସ କରୁଥିବା ସେ ପିଲାକୁ ଶୁକ୍ରବାର ସକାଳ ୮ଟା ବେଳେ ଆଇସିଡିଏସ୍‌ କେନ୍ଦ୍ରକୁ ପଠାଯାଇଥିଲା।

ପିଲାର ମାଆ ମୁନି ବିବି କହନ୍ତି, ସକାଳ ୯ଟା ପରେ ମୋ ପୁଅ କାନ୍ଦି କାନ୍ଦି ଘରକୁ ଆସିଲା... କ’ଣ ହେଲା ବୁଝିବାକୁ ମୁଁ ଆଇସିଡିଏସ୍‌ କେନ୍ଦ୍ରକୁ ଦୌଡ଼ିଗଲି। କେତେକ ପିଲା ମତେ କହିଲେ ଯେ ଆଉ ଗୋଟାଏ ଅଣ୍ଡା ମାଗିବାରୁ ସେହାରି ବେଓ୍ଵା ମୋ ପୁଅକୁ ଉଲଗ୍ନ କରି ଫୁଟନ୍ତା ଖିଚିଡ଼ି ଅଜାଡ଼ି ଦେଲେ।

ଡାକ୍ତରଖାନା ବେଡ୍‌ରେ ଶୋଇ ସେ ପିଲାଟି କହୁଛି, ମୁଁ ଚଗଲା ହେଇନାହିଁ। କିନ୍ତୁ ଦିଦିମୋନି ମୋତେ ଓ ଅନ୍ୟ କେତେକ ପିଲାଙ୍କୁ ପିଟିଲେ। ମୁଁ ଜାଣେନା ସେ କାହିଁକି ମୋ ଉପରେ ଖିଚିଡ଼ି ଅଜାଡ଼ି ଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe