ପୁରି ବିକାଳି ମାଡ଼ଗୋଳ ଲାଗିବାରୁ ମୁହଁରେ ଗରମ ତେଲ ପଡ଼ି ୮ ବର୍ଷୀୟ ବାଳିକା ଆହତ

Advertisment
ପୁରି ବିକାଳି ମାଡ଼ଗୋଳ ଲାଗିବାରୁ ମୁହଁରେ ଗରମ ତେଲ ପଡ଼ି ୮ ବର୍ଷୀୟ ବାଳିକା ଆହତ

Image Courtesy of NDTV

ମୁମ୍ବାଇ: ମୁମ୍ବାଇର ଉପନଗରୀ କୁର୍ଲାରେ ଦୁଇଜଣ ଉଠା ପୁରି ବିକାଳି ମାଡ଼ଗୋଳ ଲାଗିବା ବେଳେ ଉତ୍ତପ୍ତ ତେଲ ପଡ଼ିବାରୁ ଜଣେ ୮ ବର୍ଷୀୟ ବାଳିକା ସାଙ୍ଘାତିକ ଆହତ ହୋଇଥିବା କଥା ଶନିବାର ଦିନ ପୁଲିସ କହିଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ୩୧ ବର୍ଷିୟ ଖଲିଲ୍‌ ଅନ୍‌ସାରି ଏବଂ ମୁସ୍ତାକୀମ୍‌ ହକିମ୍‌ ଅନ୍‌ସାରିଙ୍କୁ ଗିରଫ କରାଯାଇଥିବା କଥା ମଧ୍ୟ ପୁଲିସ କହିଛି। ଗିରଫ ହୋଇଥିବା ବ୍ୟକ୍ତି ଦୁହେଁ ସମ୍ପର୍କୀୟ। ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି।

publive-image

କାସାଇୱାଡ଼ା ଅଞ୍ଚଳରେ ଦୁହେଁ ‘ଫୁଡ୍‌ ଷ୍ଟଲ୍‌’ ପକାନ୍ତି। ଦୁଇ ଦିନ ପୂର୍ବେ ୮ ବର୍ଷୀୟ ଅଫ୍‌ସୀନ୍‌ ଶେଖ୍‌ ଏବଂ ୭୬ ବର୍ଷିୟ ମୁନାୱାର୍‌ ଅଲି ପୁରି ଖରିଦ କରିବା ଲାଗି ସେମାନଙ୍କ ‘ଷ୍ଟଲ୍‌’ ଆଗରେ ଠିଆ ହୋଇଥିଲେ। କ‌ୌଣସି ଘରୋଇ ସମସ୍ୟାକୁ କେନ୍ଦ୍ର କରି ହଠାତ୍‌ ପୁରି ବିକ୍ରେତା ୨ ଅନ୍‌ସାରି ମାଡ଼ଗୋଳ ଲାଗିଗଲେ।

ଦୁହିଁଙ୍କ ମଧ୍ୟରୁ ଜଣେ ତେଲ ଫୁଟୁଥିବା କଡ଼େଇରେ ପିଟି ହୋଇଯିବାରୁ ଉତ୍ତପ୍ତ ତେଲ ଅଫସୀନ୍‌ ଓ ଅଲିଙ୍କ ଉପରେ ଛିଟିକି ପଡ଼ିଲା।

ତେଲ ପଡ଼ି ଟିକିଝିଅ ଅଫ୍‌ସୀନର ମୁହଁ ପୋଡ଼ି ସାଙ୍ଘାତିକ ଅବସ୍ଥା ହୋଇଥିବା ବେଳେ ଅଲିଙ୍କ ଦେହରେ ସାମାନ୍ୟ ପୋଡ଼ା ଘା’ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe