ଗାଜାରେ ଉତ୍କଟ ଜଳସଙ୍କଟ: ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ, ମୃତ୍ୟୁସଂଖ୍ୟା ୪୦୦୦ରୁ ଅଧିକ

Advertisment
ଗାଜାରେ ଉତ୍କଟ ଜଳସଙ୍କଟ: ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ, ମୃତ୍ୟୁସଂଖ୍ୟା ୪୦୦୦ରୁ ଅଧିକ

Al-Monitor

ନୂଆଦିଲ୍ଲୀ: ଗାଜାରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ହମାସ୍‌ ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଜଳ, ବିଦ୍ୟୁତ ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଏଥିପାଇଁ ସେଠାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ଦକ୍ଷିଣ ଗାଜାରେ ଲୋକ ନିତ୍ୟକର୍ମ ସାରିବା ପାଇଁ ବି ବାଥରୁମ୍‌ ଆଗରେ ଧାଡ଼ି ଲଗାଇ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଗତ କିଛି ଦିନ ଧରି ଗାଧୋଇନାହାନ୍ତି। ପିଇବା ପାଣି ଟିକେ ପାଇବା କଷ୍ଟକର ‌ହୋଇଯାଇଛି। ଜାତିସଂଘ ଆକଳନ ଅନୁଯାୟୀ ଗାଜାରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପରଠାରୁ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ହମାସ୍‌ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୨୬୭୦ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ସାଧାରଣ ପାଲେଷ୍ଟିନୀୟ ନାଗରିକ। ତେଣୁ ଉଭୟ ଇସ୍ରାଏଲ ଏବଂ ଗାଜାରେ ମୋଟ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି।

ଇତି ମଧ୍ୟରେ ଇସ୍ରାଏଲ କହିଛି ଏହା ଗାଜା ଷ୍ଟ୍ରିପ୍‌ର କିଛି ଅଂଶକୁ ଜଳ ଯୋଗାଣ ପୁଣିଥରେ ଆରମ୍ଭ କରିଛି। ଶକ୍ତି ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି, ଦକ୍ଷିଣ ଗାଜାକୁ ପୁଣିଥରେ ଜଳ ଯୋଗାଣ ଆରମ୍ଭ ହୋଇଛି। କାଟ୍‌ଜ କହିଛନ୍ତି, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଅଧିକାଂଶ ଲୋକ ଦକ୍ଷିଣ ଗାଜା ଅଭିମୁଖେ ଯିବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଇସ୍ରାଏଲ ଦୃଢ଼ ପ୍ରତିଜ୍ଞା କରି କହିଥିଲା ଯେ ଯେପର୍ଯ୍ୟନ୍ତ ହମାସ୍‌ ଦ୍ବାରା ପଣବନ୍ଦୀ ରହିଥିବା ନାଗରିକ ମୁକ୍ତ ‌ନହୋଇଛନ୍ତି ସେପର୍ଯ୍ୟନ୍ତ ଗାଜାକୁ ବିଦ୍ୟୁତ, ଖାଦ୍ୟ ଏବଂ ଜଳ ଯୋଗାଣ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe