ଜିଦ୍‌ରେ ସରକାର-ବିରୋଧୀ ଅଟଳ: ଲଗାତାର ତୃତୀୟ ଦିନ ପାଇଁ ଗୃହ ଅଚଳ

ହିଂସା, ଅହିଂସା ଭେଟାଭେଟି

Daily Pioneer

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ଟିପ୍ପଣୀ ଏବଂ ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ଉଭୟ ସରକାର ଏବଂ ବିରୋଧୀ ଦଳ ନେତା ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ସଂସଦରେ ‌ହଙ୍ଗାମା ଏବଂ ହୋହଲ୍ଲା ପାଇଁ ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ପ୍ଲାକାର୍ଡ ଦେଖାଇ ସ୍ଲୋଗାନ ଦେଇଥିଲେ ଏବଂ ଆଦାନି ପ୍ରସଙ୍ଗରେ ସେମାନେ ଜେପିସି ତଦନ୍ତ ଦାବି କରିଥିଲେ।

ଅନ୍ୟପକ୍ଷେ ବିଜେପି କହିଛି ବିଦେଶ ମାଟିରେ ରାହୁଲ ଭାରତକୁ ଅପମାନିତ କରିଛନ୍ତି। ତେଣୁ ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ। କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଯେଉଁମାନେ ଏହି ଦାବି କରୁଛନ୍ତି ସେମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ‌ ବାହାରେ ଲୋକଙ୍କୁ କରିଥିବା‌ ଅପମାନର ଜବାବ ଦିଅନ୍ତୁ। ରାହୁଲ ବିଦେଶ ମାଟିରେ ଦେଶକୁ ଅପମାନିତ କରିଥିବାରୁ ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁ‌ବେ ଦାବି କରିଛନ୍ତି ଏବଂ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe