ଦୁଇ ପହଲଗାମ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦିଆଗଲା

Advertisment

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଘର ଶୁକ୍ରବାର ସୁରକ୍ଷା ବାହିନୀ ଓ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷ ଧ୍ବଂସ କରିଛନ୍ତି। ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଥୋକରର ବିଜବେହଡ଼ାସ୍ଥିତ ବାସଭବନକୁ ଆଇଇଡି ସାହାଯ୍ୟରେ....

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଘର ଶୁକ୍ରବାର ସୁରକ୍ଷା ବାହିନୀ ଓ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷ ଧ୍ବଂସ କରିଛନ୍ତି। ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଥୋକରର ବିଜବେହଡ଼ାସ୍ଥିତ ବାସଭବନକୁ ଆଇଇଡି ସାହାଯ୍ୟରେ....

dfdfcvcv

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଘର ଶୁକ୍ରବାର ସୁରକ୍ଷା ବାହିନୀ ଓ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷ ଧ୍ବଂସ କରିଛନ୍ତି। ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଥୋକରର ବିଜବେହଡ଼ାସ୍ଥିତ ବାସଭବନକୁ ଆଇଇଡି ସାହାଯ୍ୟରେ ଉଡ଼ାଇ ଦିଆଯାଇଥିବା ବେଳେ ତ୍ରାଲରେ ଥିବା ଆସିଫ ଶେଖ୍‌ର ବାସଭବନକୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଛି। ଆଦିଲ ଥୋକର ବୈସାରଣ ଉପତ୍ୟକାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଯୋଜନା କରିବା ଓ ଆକ୍ରମଣ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ୨୦୧୮ରେ ପଞ୍ଜାବର ଅଟାରି-ୱାଘା ସୀମା ଦେଇ ଥୋକର୍‌ ପାକିସ୍ତାନ ଗସ୍ତ କରିଥିଲା ଏବଂ ଗତବର୍ଷ ଜମ୍ମୁ-କଶ୍ମୀରକୁ ଫେରିବା ପୂର୍ବରୁ ଆତଙ୍କବାଦୀ ଶିବିରରେ ତାଲିମ ନେଇଥିଲା।

ଅନନ୍ତନାଗ ପୁଲିସ ଥୋକର ଓ ଆକ୍ରମଣ କରିଥିବା ଦୁଇ ପାକିସ୍ତାନୀ ନାଗରିକ ଅଲି ଭାଇ ଓ ହାସିମ ମୁସା ସମ୍ପର୍କରେ ସୂଚନା ଦେବା ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ମଧ୍ୟ ଜାରି କରିଛି ଏବଂ ତଲାସୀ ଅଭିଯାନ ବ୍ୟାପକ ହୋଇଛି। ମୁସା ଓ ଅଲି ପ୍ରାୟ ଦୁଇ ବର୍ଷ ହେବ ଉପତ୍ୟକାରେ ସକ୍ରିୟ ଥିବା ପୁଲିସ କହିଛି। ଆକ୍ରମଣକାରୀମାନେ ମଙ୍ଗଳବାର ବୈସାରଣ ଉପତ୍ୟକା ଆଖପାଖ ଘଞ୍ଚ ପାଇନ୍ ଜଙ୍ଗଲରୁ ଆସି ପର୍ଯ୍ୟଟକଙ୍କ ଉପରକୁ ଏକେ-୪୭ ରାଇଫଲରେ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ବଡି କ୍ୟାମ୍ ଓ କ୍ୟାମେରା ଲାଗିଥିବା ହେଲମେଟ୍ ପିନ୍ଧି ପୂରା ଘଟଣାକ୍ରମକୁ ରେକର୍ଡ କରିଥିଲେ। ସେମାନେ ଶୁଖିଲା ଫଳ ଓ ଔଷଧ ମହଜୁଦ ରଖିଥିଲେ, ଯାହା ସୁଚିନ୍ତିତ ଯୋଜନା ଓ ପ୍ରସ୍ତୁତିକୁ ସୂଚାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe