ବଜେଟ : ମଧ୍ୟବିତ୍ତଙ୍କ ପାଇଁ ହାଉସିଂ ସ୍କିମ ଆଣିବେ ସରକାର

Advertisment
ବଜେଟ : ମଧ୍ୟବିତ୍ତଙ୍କ ପାଇଁ ହାଉସିଂ ସ୍କିମ ଆଣିବେ ସରକାର

ନୂଆଦିଲ୍ଲୀ : ଗୁରୁବାର ଲୋକସଭାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ମଧ୍ୟବିତ୍ତଙ୍କ ଉପରେ ମଧ୍ୟ ଫୋକସ କରାଯାଇଛି । ଆଗକୁ ନିର୍ବାଚନ ଥିବାରୁ ଲୋକମାନଙ୍କୁ ଖୁସି କରିବାକୁ ମଧ୍ୟବିତ୍ତଙ୍କ ପାଇଁ ଏକ ହାଉସିଂ ସ୍କିମ ଆଣିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, କହିଛନ୍ତି ଯେ ଗରିବ ଲୋକଙ୍କୁ ଘର କିଣିବା ଏବଂ ଘର ନିର୍ମାଣ କରିବା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ମଧ୍ୟବିତ୍ତ, ବସ୍ତି ଓ ଚାଲରେ ରହୁଥିବା ଲୋକଙ୍କ ପାଇଁ ଘର କିଣିବା ଓ ନିର୍ମାଣ କରିବାରେ ସରକାର ସହାୟତା କରିବେ ବୋଲି ସେ କହିଛନ୍ତି। ଯେଉଁମାନେ ଭଡ଼ା ଘରେ ରହୁଛନ୍ତି ସେମାନେ ଏହି ଯୋଜନାରେ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଅନଧିକୃତ କଲୋନୀରେ ରହୁଥିବା ଲୋକମାନେ ମଧ୍ୟ ନିଜର ଘର କିଣିବା କିମ୍ବା ନିର୍ମାଣ ପାଇଁ ସହାୟତା ପାଇବେ।

ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଦେଶ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ହାସଲ କରିବାର ନିକଟବର୍ତ୍ତୀ ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ୨ କୋଟି ଘର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe