ଏବେ କେମିତି ହେବ ଭାରତ-ଆମେରିକା ସଂପର୍କ! ବାଇଡେନ୍‌ଙ୍କ ଉପରେ ନଜର

Advertisment

ଚୀନ୍‌ ନୀତି ଏବେ ବି ଅସ୍ପଷ୍ଟ, କଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡ଼ୁଆରେ ପକାଇପାରନ୍ତି

ଚୀନ୍‌ ନୀତି ଏବେ ବି ଅସ୍ପଷ୍ଟ, କଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡ଼ୁଆରେ ପକାଇପାରନ୍ତି

ଏବେ କେମିତି ହେବ ଭାରତ-ଆମେରିକା ସଂପର୍କ! ବାଇଡେନ୍‌ଙ୍କ ଉପରେ ନଜର

NBC News

ୱାସିଂଟନ୍ : ‘ମୋର ସ୍ବପ୍ନ ହେଉଛି ୨୦୨୦ରେ ବିଶ୍ବର ଦୁଇଟି ରାଷ୍ଟ୍ର ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ହେବେ। ଯଦି ଏହା ହୁଏ, ବିଶ୍ବ ନିରାପଦ ହୋଇଯିବ।’ ୨୦୦୬ରେ ଏକ ସାକ୍ଷାତକାର ବେଳେ ଏହା କହିଥିଲେ ଜେ‌ା ବାଇଡେନ୍। ବାଇଡେନ୍ ଏବେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ବେଳେ ଭାରତ-ଆମେରିକା ସଂପର୍କକୁ ନେଇ ଭାରତ ଆଶାବାଦୀ ହେବା ସ୍ବାଭାବିକ। କାରଣ ଏବେ ଭାରତ ଓ ଆମେରିକା ସଂପର୍କ ଯେଉଁ ଶିଖର ସ୍ତରରେ ଯାଇ ପହଂଚିଛି ସେଥିରେ ବାଇଡେନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଦ୍ବିପାକ୍ଷିକ କୂଟନୈତିକ, ଅର୍ଥନୈତିକ ଏବଂ ସାମରିକ ସଂପର୍କକୁ ମଜବୁତ କରିବା ଲାଗି ସେ ହିଁ ମୂଳଦୁଆ ପକାଇଥିଲେ।

ସେ ୨୦୦୮ ମସିହାରେ ଆମେରିକା ସଂସଦର ନେତୃତ୍ବ ନେବା ସହ ଉଭୟ ଡେମୋକ୍ରାଟ୍‌ ଓ ରିପବ୍ଳିକାନ୍‌ମାନଙ୍କ ସହ ଆଲୋଚନା କରି ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତି ସ୍ବାକ୍ଷର କରାଇଥିଲେ। ଏବେ ସେ ରାଷ୍ଟ୍ରପତି ହେବାପରେ ଦୀର୍ଘ ୧୪ ବର୍ଷର ସ୍ବପ୍ନକୁ ସାକାର କରିବା ଲାଗି ସେ କଣ ପଦକ୍ଷେପ ନେବେ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି।

ବିଲ୍ କ୍ଲିଣ୍ଟନ, ଜର୍ଜ ବୁଶ୍, ବାରାକ ଓବାମା ଏବଂ ଡୋନାଲଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକା ସଂପର୍କରେ କେବଳ ଯେ ସୁଧାର ଆସିଛି ତାହା ନୁହେଁ, ଆହୁରି ସୁଦୃଢ଼ ହୋଇଛି ମଧ୍ୟ। ତେବେ ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ରଙ୍କ ସହିତ ଭାରତର ସଂପର୍କ ଠିକ୍ ରହିନାହିଁ। ବିଶେଷ କରି ଚୀନ ସହିତ ଚିକ୍ତତା ନେଇ ଟ୍ରମ୍ପ ପ୍ରଶାସନ ଭାରତକୁ ସମର୍ଥନ କରି ଆସିଛି। ଏକ୍ଷେତ୍ରରେ ବାଇଡେନ ପ୍ରଶାସନର ଆଭିମୁଖ୍ୟ କଣ ହେବ? ବିଶେଷଜ୍ଞମାନଙ୍କ ମତରେ ଚୀନର ବିସ୍ତାରବାଦୀ ଏବଂ ଯୁଦ୍ଧଖୋର ନୀତିକୁ ବାଇଡେନ ମଧ୍ୟ ପସନ୍ଦ କରିବେ ନା‌ହିଁ। କିନ୍ତୁ ତାଙ୍କର ଆଭିମୁଖ୍ୟ ଟ୍ରମ୍ପଙ୍କ ଭଳି କଠୋର ହୋଇନପାରେ। ଆମେରିକା‌େର ଭାରତର ପୂର୍ବତନ ରାଷ୍ଟ୍ରଦୂତ ରାଜୀବ ଭାଟିଆ କହିଛନ୍ତି ଯେ ଚୀନ ପ୍ରତି ଆ‌ମେରିକାର ନୂଆ ପ୍ରଶାସନର ଆଭିମୁଖ୍ୟ କଣ ହେବ ତାହା ଏବେ ଜଣାପଡ଼ିବ ନାହିଁ। ଏଥିପାଇଁ ଭାରତକୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହା ନିଶ୍ଚିତ ଯେ ଟ୍ରମ୍ପଙ୍କ ଭଳି ବାଇଡେନ୍ କଠୋର ହେବେ ନାହିଁ। ସେହିଭଳି ଆତଙ୍କବାଦ ନେଇ ପାକିସ୍ତାନ ପ୍ରତି ଆମେରିକାର ଆଭିମୁଖ୍ୟ କଣ ତାହା ମଧ୍ୟ ଏବେ କହିବା କଷ୍ଟକର। କଶ୍ମୀର ଏବଂ ମାନବିକାଧିକାର ପ୍ରସଙ୍ଗରେ ଭାରତକୁ ବାଇଡେନ୍ ପ୍ରଶାସନ ଅଡ଼ୁଆରେ ପକାଇ ପାରନ୍ତି। କାରଣ ନିକଟରେ ଉଭୟ ବାଇଡେନ୍ ଏବଂ କମଲା ହାରିସ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe