ଅଦାଲତର ନିର୍ଦ୍ଦେଶକୁ ପ୍ରଶଂସା କରି ଚିଠି ଲେଖିଥିଲା କୁନି ଝିଅ, ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା

Advertisment
ଅଦାଲତର ନିର୍ଦ୍ଦେଶକୁ ପ୍ରଶଂସା କରି ଚିଠି ଲେଖିଥିଲା କୁନି ଝିଅ, ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା

ndtv.com

ନୂଆଦିଲ୍ଲୀ: ଚର୍ଚ୍ଚାରେ କେରଳର କୁନି ଝିଅ ଲିଡୱିନା ଜୋସେଫ୍ | ସୁପ୍ରିମକୋର୍ଟର ରାୟକୁ ପ୍ରଶଂସା କରି ସେ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠି ଏବେ ଚର୍ଚ୍ଚାରେ | କୁନି ଲିଡୱିନାର ଚିଠି ପାଇ ଖୁସି ହେବା ସହ ତାଙ୍କୁ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା ଉପହାର ମଧ୍ୟ ଦେଇଥିବା ଜଣାପଡିଛି | ଚିଠିରେ ଦେଶରେ ଅମ୍ଳଜାନ ଅଭାବ ସମୟରେ ଯୋଗାଣ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନିଜ ଅନ୍ଦାଜରେ ପ୍ରଶଂସା କରିବା ସହ କୁନି ଝିଅ ତାଙ୍କୁ ଧନ୍ୟବାଦ ଜଣାଇଥିଲା।

In letter to CJI, class 5 girl hails SC's steps against Covid, gets a reply  : The Tribune India The Tribune

କୁନି ଝିଅର ଚିଠି ପାଇ ବିଚାରପତି ଏନ୍‌.ଭି. ରମଣା ନିଜ ଖୁସି ବ୍ୟକ୍ତ କରିବା ସହ ଲିଡୱିନାକୁ ଚିଠି ଲେଖିଥିବା ଜଣାପଡିଛି | ଚିଠିରେ ଲେଖାଯାଇଛି ଯେ, "ମୋର ପ୍ରିୟ ଲିଡୱିନା, କାର୍ଯ୍ୟକ୍ଷେତ୍ରରେ ବିଚାରପତିଙ୍କ ହୃଦୟସ୍ପର୍ଶୀ ଚିତ୍ର ସହିତ ମୁଁ ତୁମର ସୁନ୍ଦର ଚିଠି ପାଇଛି | ତୁମେ ଦେଶରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ନଜର ରଖିବା ଏବଂ ମହାମାରୀ ପରେ ଲୋକଙ୍କ କଲ୍ୟାଣ ପାଇଁ ତୁମେ ଯେଉଁ ଚିନ୍ତାଧାରା ପ୍ରଦର୍ଶନ କରିଛ, ତାହା ଦେଖି ମୁଁ ପ୍ରକୃତରେ ପ୍ରଭାବିତ ହୋଇଛି | ମୁଁ ନିଶ୍ଚିତ ଯେ ତୁମେ ଆଗକୁ ଏକ ସଚେତନ ଏବଂ ଦାୟିତ୍ୱବାନ ନାଗରିକ ହେବ, ଯାହାର ଦେଶ ନିର୍ମାଣ ଦିଗରେ ବିପୁଳ ଅବଦାନ ରହିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe