ଜଣାପଡ଼ିଲା କରୋନାଭାଇରସ୍‌ର ମଲିକ୍ୟୁଲ୍ କିପରି ଆକ୍ରାନ୍ତଙ୍କ ଜୀବକୋଷ ପରି ଛଦ୍ମରୂପ ଧାରଣ କରୁଛି; ଏହାକୁ ଆଧାର କରି ତିଆରି ହୋଇପାରିବ ଔଷଧ

Advertisment
ଦିନକରେ ୬୭ ହଜାର ମାମଲା, ମୃତ୍ୟୁସଂଖ୍ୟାରେ ବ୍ରି‌ଟେନ୍‌କୁ ଟପିଗଲା ଭାରତ

Image Courtesy of India TV News

ହଷ୍ଟନ୍: ଆକ୍ରାନ୍ତଙ୍କ ଜୀବକୋଷର ଗୁଣସୂତ୍ର-କ୍ରମ ଭଳି ନିଜ ଗୁଣସୂତ୍ର-କ୍ରମ ଦେଖାଯିବା ପାଇଁ କରୋନାଭାଇରସ୍‌ ବ୍ୟବହାର କରୁଥିବା ମଲିକ୍ୟୁଲ୍ର (ଅତିସୂକ୍ଷ୍ମ କଣିକା) ଗଢ଼ଣ ପଦ୍ଧତି ଭାରତୀୟ ବଂଶୋଦ୍ଭବଙ୍କ ସମେତ କେତେକ ବୈଜ୍ଞାନିକ ଜାଣିପାରିଛନ୍ତି।

‘ନେଚର୍ କମ୍ୟୁନିକେସନ୍ସ୍’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଆକ୍ରାନ୍ତଙ୍କ ‘ଏମ୍ଆର୍‌ଏନ୍‌ଏଏସ୍’ ପରି ଦିଶିବାକୁ କରୋନାଭାଇରସ୍‌ରେ ଥିବା ‘ଏନ୍ଏସ୍‌ପି୧୦’ ନାମକ ମଲିକ୍ୟୁଲ୍ ଭୂତାଣୁର ‘ଏମ୍ଆର୍‌ଏନ୍‌ଏଏସ୍’କୁ ପରିବର୍ତ୍ତନ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ସାନ୍ ଆଣ୍ଟୋନିଓସ୍ଥିତ ଟେକ୍ସାସ୍ ବିଶ୍ବବିଦ୍ୟାଳୟର ହେଲ୍‌ଥ୍‌ ସାଇନ୍‌ସ୍ ସେଣ୍ଟର୍ର ଗବେଷକମାନେ କହିଛନ୍ତି ଯେ, ଏ ଭଳି ପରିବର୍ତ୍ତନ କରି ‘ଏନ୍‌ଏସ୍‌ପି୧୦’ ଆକ୍ରାନ୍ତଙ୍କ ଜୀବକୋଷର ପ୍ରତିରୋଧକ ଶକ୍ତି କବଳରୁ ଭୂତାଣୁକୁ ସୁରକ୍ଷିତ ରଖିଥାଏ।

publive-image Image Courtesy of The Times of India

ଗବେଷକମାନେ ମତ ଦେଇଛନ୍ତି ଯେ, ‘ଏନ୍‌ଏସ୍‌ପି୧୦’ର ଥ୍ରି-ଡି ଢାଞ୍ଚାକୁ ଅନୁଶୀଳନ କରି କରୋନାଭାଇରସ୍ ସାର୍ସ-କୋଭି-୨ ଆରୋଗ୍ୟ କରିବା ନିମନ୍ତେ ନୂତନ ଔଷଧ ପ୍ରସ୍ତୁତି କରିଯାଇ ପାରିବ। ଏହି ଅଧ୍ୟୟନର ଅନ୍ୟତମ ଗବେଷକ ଭାରତୀୟ ବଂଶୋଦ୍ଭବ ଯୋଗେଶ ଗୁପ୍ତ କହିଛନ୍ତି ଯେ, ଜୀବକୋଷରେ ଏଭଳି ପରିବର୍ତ୍ତନ କରାଉଥିବା ‘ଏନ୍‌ଏସ୍‌ପି୧୦’କୁ ବାଧା ଦେବା ନିମନ୍ତେ ଔଷଧ ପ୍ରସ୍ତୁତ କରାଯାଇ ପାରିଲେ ଆକ୍ରାନ୍ତଙ୍କ ଜୀବକୋଷରେ ଥିବା ପ୍ରତିରୋଧକ ଶକ୍ତି କରୋନାଭାଇରସ୍‌କୁ ବହିଃରାଗତ ଜାଣି ଆକ୍ରମଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe