କରୋନା ମୃତ୍ୟୁ କେମିତି ୧ ଲକ୍ଷ ପହଞ୍ଚିଲା

Advertisment
ୟୁରୋପ୍‌ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍‌ ସଂକ୍ରମଣ କମୁଛି

ABC News

ନୂଆଦିଲ୍ଲୀ: ଆମେରିକା ଏବଂ ବ୍ରାଜିଲ୍‌ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତର କରୋନା ମୃତ୍ୟୁ ୧ ଲକ୍ଷ ଟପିଯାଇଛି। ଗତକାଲି ୧,୦୭୬ ଜଣଙ୍କର ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨ରେ ପହଞ୍ଚିଛି। ତେବେ ଦେଶରେ ୧ ଲକ୍ଷ କରୋନା ମୃତ୍ୟୁ କିଭଳି ପହଞ୍ଚିଲା। ତଥ୍ୟ ଅନୁଯାୟୀ ଜୁନ୍‌ ପରଠାରୁ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିଲା। ବିଶେଷ କରି ଭାରତ ପାଇଁ ସବୁଠୁ ଖରାପ୍‌ ମାସ ଥିଲା ଜୁନ୍‌। ଏହି ମାସରେ ମୃତ୍ୟୁହାର ୩.୪ ପ୍ରତିଶତ ବଢ଼ିଥିଲା ଏବଂ ହାରାହାରି ଦୈନିକ ସଂକ୍ରମଣ ବୃଦ୍ଧିହାର ୧୦ ପ୍ରତିଶତରୁ ଅଧିକ ରହୁଥିଲା। ଧୀରେ ଧୀରେ ଉଭୟ ସଂକ୍ରମଣ ବୃଦ୍ଧିହାର ଏବଂ ମୃତ୍ୟୁହାର କମିଲେ ମଧ୍ୟ ବର୍ତ୍ତମାନ ଏହା ଦେଶବ୍ୟାପୀ ବଢ଼ିଚାଲିଛି ।

୫ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଭାରତର ୨ ତୃତୀୟାଂଶରୁ ଅଧିକ ମୃତ୍ୟୁ ହୋଇଛି। କେବଳ ମହାରାଷ୍ଟ୍ରରେ ୩୭ ପ୍ରତିଶତ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ତେବେ ମୃତ୍ୟୁ ହାର କ୍ଷେତ୍ରରେ ଦିଲ୍ଲୀ, ପୁଡ଼ୁଚେରୀ, ଗୋଆ ଏବଂ ଲଦାଖ୍‌ରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ସବୁଠୁ ଅଧିକ ମୃତ୍ୟୁ ହେଉଛି। ଗତ ୯ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ବିଶ୍ବରେ ସବୁଠୁ ଅଧିକ ମୃତ୍ୟୁସଂଖ୍ୟା ଥିବା ୫ ରାଷ୍ଟ୍ର ସହ ଯଦି ତୁଳନା କରାଯାଏ ତେବେ ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠୁ କମ୍ ମୃତ୍ୟୁ ଏବଂ ମୃତ୍ୟୁହାର ମଧ୍ୟ କମ୍‌ ରହୁଛି। ବିଗତ ୨୪ ଘଣ୍ଟାରେ ଦେଶରେ ୭୯ ହଜାରରୁ ଅଧିକ ସଂକ୍ରମ ମାମଲା ଚିହ୍ନଟ ହେବା ସହ ମୋଟ୍‌ ସଂକ୍ରମଣ ମାମଲା ୬୪ ଲକ୍ଷ ୭୩ ହଜାର ୫୪୪ ପହଞ୍ଚିଛି। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୫୪ ଲକ୍ଷ ୨୭ ହଜାର ୭୦୬ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୪ ହଜାର ୯୯୬ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୪.୬୦ ପ୍ରତିଶତ। ଆଇସିଏମ୍‌ଆର ଅନୁଯାୟୀ ଅକ୍ଟୋବର ୨ ସୁଦ୍ଧା ଦେଶରେ ମୋଟ୍‌ ୭ କୋଟି ୭୮ ଲକ୍ଷ ୫୦ ହଜାର ୪୦୩ ନମୁନା ପରୀକ୍ଷା ହୋଇଛି। କେବଳ ଗତକାଲି ୧୧ ଲକ୍ଷ ୩୨ ହଜାର ୬୭୫ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe