ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ହେବା ସମୟରେ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ପ୍ରତିକ୍ରିୟା

Advertisment

ସିଭିଲ୍ ଲାଇନ୍ସ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ‌ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଆକ୍ରମଣ ସମୟର ଘଟଣାକୁ ବଖାଣି କହି‌ଲେ ପ୍ରତ୍ୟେକ୍ଷଦର୍ଶୀ।

ସିଭିଲ୍ ଲାଇନ୍ସ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ‌ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଆକ୍ରମଣ ସମୟର ଘଟଣାକୁ ବଖାଣି କହି‌ଲେ ପ୍ରତ୍ୟେକ୍ଷଦର୍ଶୀ।

New Project (7)

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ୍ ଲାଇନ୍ସ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମୋ ଆଖି ସାମ୍ନାରେ ଘଟିଛି ଏ ଘଟଣା। ଅଭିଯୁକ୍ତ ବ୍ୟକ୍ତି ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। 

ଯାହାକୁ ରେଖା ଗୁପ୍ତା ଧ୍ୟାନର ସହିତ ଶୁଣୁଥିଲେ। ଠିକ ଏତିକି ବେଳେ ଅଭିଯୁକ୍ତ ଜଣକ ରେଖା ଗୁପ୍ତାଙ୍କ ହାତକୁ ଟାଣିଆଣି ଚାପୁଡ଼ା ମାରିଥିଲା। ଏହି ଘଟଣାପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସଙ୍ଗେସଙ୍ଗେ ସୁରକ୍ଷା କର୍ମୀମାନେ ଅଭିଯୁକ୍ତକୁ କାବୁ କରି ଘଟଣାସ୍ଥଳରୁ ନେଇଯାଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତର ନାମ ରାଜେଶ ଖିମଜୀ ଥିବା ବେଳେ ସେ ଗୁଜୁରାଟର ରାଜକୋଟର ବାସିନ୍ଦା ଥିବା ଜଣାପଡ଼ିଛି। ରାଜେଶକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ବୃଦ୍ଧି କରି ଦିଆଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe